ହାରିବା ପରେ ଅଦାଲତ ଗଲେ ଦେବାଶୀଷ

ସତ୍ୟପାଠ ବ୍ୟୁରୋ : ହାଇକୋର୍ଟରେ ପହଂଚିଲା ବାରବାଟୀ-କଟକ ନିର୍ବାଚନୀ ମାମଲା । ବିଜୟୀ ପ୍ରାର୍ଥୀ ମହମ୍ମଦ ମୋକିମ୍ ନିଜ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରାଜିତ ବିଜେଡି ପ୍ରାର୍ଥୀ ଦେବାଶୀଷ ସାମନ୍ତରାୟ । ସତ୍ୟପାଠରେ ମୋକିମ୍ ସମ୍ପତ୍ତି ତାଲିକା ଓ ଅପରାଧିକ ମାମଲା ଲୁଚାଇଥିବା ଆବେଦନରେ ଦର୍ଶାଯାଇଛି । ତେଣୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ସାନି ନିର୍ବାଚନ କରିବା ପାଇଁ ଆବେଦନ କରିଛନ୍ତି ଆଦେନକାରୀ ।

ଗତ ନିର୍ବାଚନରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ମହମ୍ମଦ ମୋକିମ୍ ୫୦୧୯୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଦେବାଶୀଷ ସାମନ୍ତରାୟ ୪୬୩୬୭ ଖଣ୍ଡ ଭୋଟ ପାଇଥିଲେ । ଦେବାଶୀଷଙ୍କ ଠାରୁ ୩୮୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ମହମ୍ମଦ ମୋକିମ୍ ।

ତେବେ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ଫର୍ମାଟରେ ବିଜୟୀ ପ୍ରାର୍ଥୀ ସତ୍ୟପାଠ ଦେଇ ନଥିବା ଆବେଦନକାରୀ କହିଛନ୍ତି । ସେ ସମସ୍ତ ତଥ୍ୟ ଅଦାଲତଙ୍କୁ ପ୍ରଦାନ କରିଥିବା ବେଳେ ଅଦାଲତ ନିଷ୍ପତି ନେବେ ବୋଲି କହିଛନ୍ତି ଦେବାଶୀଷ । ତେବେ ଏନେଇ ସତ୍ୟପାଠ ପକ୍ଷରୁ ମହମ୍ମଦ ମୋକିମ୍ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନାହିଁ ।

Related Posts