ପହଞ୍ଚିଲେ ଅତିଥି, 700 ବର୍ଷ ପୁରୁଣା ଭିଲ୍ଲାରେ ଦୀପିକା-ରଣବୀରଙ୍କ ବିବାହ

ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ଇଟାଲୀର ଏକ ଲେକ୍‌ କୋମୋରେ ବିବାହ କରୁଛନ୍ତି । ଉଭୟ କୋଙ୍କଣି ଓ ସିନ୍ଧୀ ପରମ୍ପରା ଅନୁସାରେ ହେବ ବିବାହ ।

ବଲିଉଡର ସୁନ୍ଦର ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ 6 ବର୍ଷର ସମ୍ପର୍କ ପରେ ଇଟାଲୀର ଲେକ୍‌ କୋମୋରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବଲିଉଡ ପାଇଁ ଏହା ଚଳିତ ବର୍ଷର ସବୁଠାରୁ ବଡ଼ ବିବାହ । ଏହା ପୂର୍ବରୁ ଚଳିତ ବର୍ଷ ସୋନମ କାପୁର ଓ ଆନନ୍ଦ ଆହୁଜା ବିବାହ କରିଥିଲେ । ରଣବୀର ଦୀପିକାଙ୍କ ଡେଷ୍ଟିନେସନ୍‌ ୱେଡିଂ ଏବେ ଚର୍ଚ୍ଚାର କାରଣ ପାଲଟିଛି ।

ଏମିତି କରାଯାଇଛି ଭବ୍ୟ ଆୟୋଜନ

ବିବାହ ଉତ୍ସବକୁ ଭବ୍ୟ କରିବା ପାଇଁ କେତେକ ନିଆରା ଆୟୋଜନ କରାଯାଇଛି । ରଣବୀର ସି-ପ୍ଲେନ୍‌ରେ ଏଣ୍ଟ୍ରି କରିବେ । ଅତିଥି ମାନେ ଦୁଇଟି ୟାଟ୍‌(ଛୋଟ କ୍ରୁଜ୍‌) ମାଧ୍ୟମରେ ବିବାହ ସ୍ଥଳରେ ପହଞ୍ଚି ସାରିଛନ୍ତି । ବିବାହ ସ୍ଥଳ ପ୍ରାୟ 700 ବର୍ଷ ପୁରୁଣା । ଲାଲ୍‌ ଗୋଲାପ ଓ ୱାଟର ଲିଲିରେ ବିବାହ ସ୍ଥଳକୁ ସଜାଯାଇଛି । ବିବାହ ସ୍ଥଳରେ ଭାରତୀୟ ସଂଗୀତ ବାଜୁଛି । ସୁରକ୍ଷା ପାଇଁ କଡ଼ା ବନ୍ଦୋବସ୍ତ କରାଯାଇଛି । ପାଣିରେ ବି ସୁରକ୍ଷା ଗାର୍ଡ ନଜର ରଖିଛନ୍ତି । ପ୍ରାୟ 40ରୁ ଅଧିକ ଅତିଥି ବିବାହରେ ସାମିଲ୍‌ ହେଉଛନ୍ତି ।

ପ୍ରକୃତରେ ଦୀପିକା ଓ ରଣବୀରଙ୍କ ବିବାହ ହେଉଥିବା ଭିଲ୍ଲା ଏକ ମ୍ୟୁଜିୟମ୍‌ । ଏଥିପାଇଁ ଏଠି ରହିବା ପାଇଁ କୋଠରୀ ନାହିଁ । ଏହି କାରଣରୁ ଦୁଇ ତାରକାଙ୍କ ପରିବାର ଓ ଅତିଥି ବିବାହ ସ୍ଥଳରୁ କିଛି ଦୂରରେ ରହିଛନ୍ତି । ଇଟାଲୀରେ ଭାରତୀୟ ବିବାହ ଭଳି ପରିବେଶ ଦେଖିବାକୁ ମିଳିଛି ।

Related Posts