ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମିଶନ ଶକ୍ତି ସଦସ୍ୟାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍‌

ଭୁବନେଶ୍ବର : ରାଜ୍ୟରେ ମିଶନ ଶକ୍ତି ଅଭିଯାନରେ କାମ କରୁଥିବା ସଦସ୍ୟାଙ୍କ ପାଇଁ ଭଲ ଖବର । ମହିଳା ସଶକ୍ତି କରଣ ଦିଗରେ କାମ କରୁଥିବା ମିଶନ ଶକ୍ତିର କର୍ମଚାରୀଙ୍କୁ ରାଜ୍ୟ ସରକାର ଦେବେ ସ୍ମାର୍ଟଫୋନ୍‌ । ଭୁବନେଶ୍ବରରେ ଚାଲିଥିବା ମେକ ଇନ୍ ଓଡ଼ିଶା କନକ୍ଳେଭରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ‘‘ରାଜ୍ୟରେ ମିଶନ ଶକ୍ତି ଅଭିଯାନ ସଫଳ ହେଉଛି । ଯାହା ଫଳରେ ମହିଳାଙ୍କୁ ଋଣ ଦେବାକୁ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେଉଛି । ରାଜ୍ୟରେ ମହିଳାଙ୍କ ଜୀବନ ଧାରଣ ସମୟ ସୀମା ୧୦ ବର୍ଷ ଯାଏଁ ବଢ଼ିଛି । ମାତୃ ମୃତ୍ୟୁ ହାର କମିଛି । ’’
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ମହିଳା ଉଦ୍ୟୋଗୀ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ପଶ୍ଚିମ ଓଡ଼ିଶାର ଜଣେ ମହିଳା ଜୟନ୍ତୀ ଏକ୍କା ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଛନ୍ତି । ମିଶନ ଶକ୍ତି କେମିତି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ସେକଥା କହିଥିଲେ ଜୟନ୍ତୀ । ଜୟନ୍ତୀଙ୍କ କଥା ସେଠାରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।

Related Posts