ମହଙ୍ଗା ପଡ଼ିଲା ଜଙ୍ଗଲ କାଟିବା : ଗଛ କାଟିବା ବେଳେ ୩୫ ଜଣଙ୍କୁ ଗିରଫ କଲା ରେଢ଼ାଖୋଲ ବନବିଭାଗ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ମହଙ୍ଗା ପଡିଲା ଜଙ୍ଗଲରୁ ଗଛକାଟିବା , ଗଛକାଟି ବନ୍ଧା ହୋଇଛନ୍ତି ୩୫ ଜଣ ଅନୁପ୍ରବେଶକାରୀ। ଝାଡ଼ଖଣ୍ଡରୁ ଆସିଥିବା କିଛି ଅନୁପ୍ରବେଶକାରୀ ସମ୍ବଲପୁର ରେଢ଼ାଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଶହ ଶହ ଏକର ଜଙ୍ଗଲ କାଟି ଚାଷ ଜମି ଓ ଘର ନିର୍ମାଣ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଢାଖୋଲ ବନ ବିଭାଗ। ରେଢାଖୋଲ ବନ ବିଭାଗ ପକ୍ଷରୁ ଏକ ବଡ ଧରଣର ଚଢାଉ କରାଯାଇଛି I 

ଚଢ଼ାଉ ସମୟରେ ଅନୁପ୍ରବେଶକାରୀମାନେ ଜଙ୍ଗଲ ପଦା କରୁଥିବା ଜଣାପଡିବା କାରଣରୁ ୩୫ଜଣଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସିଏଫ୍ । ରେଢ଼ାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନବିଭାଗ କର୍ମଚାରୀ ଚଢ଼ାଉରେ ସାମିଲ କରାଯାଉଥିଲା ।

ସୂଚନା ମୁତାବକ , ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ ଝାଡଖଣ୍ଡରୁ ଆସିଥିବା କିଛି ଅନୁପ୍ରବେଶକାରୀ ଜଙ୍ଗଲ କାଟୁଥିବା ଖବର ପାଇ ଆଜି ରେଢାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନ କର୍ମଚାରୀ ଚଢାଉ କରିଥିଲେ I 

ଗଛ କାଟୁଥିବା ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୩୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ I ତେବେ ଚଢାଉ ବେଳେ ସେମାନଙ୍କ ନିକଟରୁ ଶିକାରର ସମ୍ବନ୍ଧୀୟ କିଛି ଜାଲ ଏବଂ ମାରଣାସ୍ତ୍ର ଜବତ କରାଯାଇଥିବା ନେଇ ଏସସିଏଫ ସୂଚନା ଦେଇଛନ୍ତି I 

ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ବର୍ଷେ ହେଲାଣି ଅନୁପ୍ରବେଶକାରୀ ଏବଂ ସ୍ଥାନୀୟ ଲୋକ ମିଶି ଜଙ୍ଗଲ କାଟି ଘର ଓ ଚାଷ ଜମି କରିବା ପାଇଁ ପ୍ରୟାସ କରିଥିଲେ I ଯାହାକୁ ନେଇ ଆଜି ବନ ବିଭାଗ ପକ୍ଷରୁ ବଡ ଧରଣର ଚଢାଉ କରାଯାଇଥିଲା I 

Related Posts