ନିଜର ହ୍ୱାଟ୍ସଆପ୍ ନମ୍ବର ଜାରି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: ପଢନ୍ତୁ କାରଣ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ହ୍ୱାଟ୍ସଆପ୍ ନମ୍ବରକୁ ଜାରୀ କରିଛନ୍ତି । ଆଜି ପ୍ରେସମିଟ୍ ଜରିଆରେ ଦିଲ୍ଲୀବାସୀଙ୍କୁ ତାଙ୍କର ହ୍ୱାଟ୍ସଆପ୍ ନମ୍ବର ଜାରି କରିବା ସହ କହିଛନ୍ତି, ଯେଉଁମାନେ ଯୋଗ ଶିକ୍ଷକଙ୍କ ସାଲାରୀ ଦେବା ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଦୟାକରି ଏହି ନମ୍ବରରେ ମେସେଜ୍ କରି ସମ୍ପର୍କ କରିପାରିବେ । ମାସ ଶେଷରେ ଯୋଗ ଶିକ୍ଷକଙ୍କ ତଥ୍ୟ ପ୍ରଦାନ କରାଯିବ । ଯେଉଁମାନେ ଯୋଗ ଶିକ୍ଷକଙ୍କ ସାଲାରୀ ଦେବା ପାଇଁ ଚାହିଁବେ ସେମାନେ ୭୨୭୭୯୭୨୭୭୯ ନମ୍ବରରେ ସମ୍ପର୍କ କରିପାରିବେ ।

ଦିଲ୍ଲୀରରେ ଚାଲିଥିବା ଯୋଗ କ୍ଲାସକୁ ବନ୍ଦ କରିବା ପାଇଁ ବିଜେପି ଯୋଜନା କରୁଥିବା ଅଭିଯୋଗ କରିବା ସହ ଦିଲ୍ଲୀରେ ପୂର୍ବଭଳି ଯୋଗ କ୍ଲାସ୍ ଜାରି ରହିବ ବୋଲି କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲ ଚାହୁଁଛନ୍ତି ଦିଲ୍ଲୀବାସୀ ଯୋଗ ଫ୍ରିରେ ଯୋଗ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ । ସେଥିପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫ୍ରି- ଯୋଗ ଶିକ୍ଷା କେନ୍ଦ୍ର ଖୋଲାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବାବଦକୁ ଟଙ୍କା ଦେଉନଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି କି, ବିଜେପି ଭାବୁଛି ଟଙ୍କା ନଦେଲେ ଦିଲ୍ଲୀରେ ଯୋଗ ଶିବିର ଚାଲିପାରିବ ନାହିଁ । କିନ୍ତୁ ମୁଁ ଏପରି କରିବାକୁ ଦେବିନି । ମୋ ପାଖକୁ ଅନେକ ଲୋକଙ୍କ ଫୋନ ଆସିଲାଣି । ଯେଉଁମାନେ କି, ଯୋଗ ଶିକ୍ଷକଙ୍କୁ ମାସକୁ ୧୫ହଜାର ଟଙ୍କା ହିସାବରେ ସାଲାରି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ ଅନ୍ୟମାନେ ବି ଯଦି ଯୋଗ ଶିକ୍ଷକଙ୍କ ଦରମା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ସେମାନେ ୭୨୭୭୯୭୨୭୭୯ ଏହି ନମ୍ବରରେ ଯୋଗାଯୋଗ କରି ସହାୟତା କରିପାରିବେ । ଆଉ ଦିଲ୍ଲୀରେ ପୂର୍ବଭଳି ଯୋଗ ଶିବିରକୁ ଚାଲୁ ରଖିବା ପାଇଁ ନିଜର ଅବଦାନ ଦେବେ ।

Related Posts