୫ଜଣ ଆପ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଦିଲ୍ଲୀ ଉପରାଜ୍ୟପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଗୁରୁବାର ଦିନ ଆମ୍ ଆଦମୀ ପାର୍ଟି (ଆପ)ର ପାଞ୍ଚଜଣ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସାକ୍ସେନା ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ଆପ ଏବଂ ଏହାର ଅନେକ ନେତା ତାଙ୍କର ଏବଂ ତାଙ୍କ ପରିବାର ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆପ ନେତାମାନେ ଦାବି କରିଥିଲେ ଯେ ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ଥିବା ସମୟରେ ଭିକେ ସାକ୍ସେନା ୧୪୦୦ କୋଟି ଟଙ୍କାର ଦୁର୍ନୀତିରେ ଜଡିତ ଥିଲେ। ଆଉ ଏହାକୁ ନେଇ ଉପରାଜ୍ୟପାଳ ୨ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି |

ସାକ୍ସେନା ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ, ଆପ ପକ୍ଷରୁ ଯୋଜନାବଦ୍ଧ ଭାବରେ ଜନସାଧାରଣଙ୍କ ଧ୍ୟାନ ହଟାଇବାକୁ ଏହି ଅଭିଯୋଗଗୁଡିକ କରାଯାଇଛି। ସେ ଆପ ଏବଂ ଏହାର ନେତା ଅତିଶି, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହାଙ୍କ ନାମରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି | ଏହା ସହ ସେମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପ୍ରସାରିତ ତଥା ପ୍ରକାଶିତ ମିଥ୍ୟା ଓ ଅପମାନଜନକ ପୋଷ୍ଟକୁ ହଟାଇବା ପାଇଁ ସାକ୍ସେନା ଅନୁରୋଧ କରିଛନ୍ତି | ସାକ୍ସେନାଙ୍କ ଓକିଲ ମଧ୍ୟ ଟ୍ୱିଟର ଏବଂ ୟୁଟ୍ୟୁବରୁ ସମସ୍ତ ପୋଷ୍ଟ, ଭିଡିଓ, କ୍ୟାପସନ୍, ଟ୍ୟାଗଲାଇନ୍ ଡିଲିଟ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Related Posts