ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଜଣେ ନିଶାସକ୍ତ ବ୍ୟକ୍ତିକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ , ଗୁରୁବାର ରାତିରେ ସଲମାନ ଛଦ୍ମନାମ ଅରମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଏହାପରେ ଅଭିଯୁକ୍ତଙ୍କୁ ଧରିବା ଦିଲ୍ଲୀ ପୋଲିସ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରଯାଇ ଥିଲା। ପୁଲିସ୍‌ର ଗୋଟିଏ ଟିମ୍‌ ଫୋନ ନମ୍ବରକୁ ଟ୍ରାକ କରି ସଲମାନଙ୍କୁ ଖଜୁରୀ ଖସ ଅଞ୍ଚଳରୁ ପୁଲିସ୍‌ ଷ୍ଟେସନ ଆଣିଥିଲା। ପୁଲିସ ଷ୍ଟେସନରେ ଆଇବି ଏବଂ ସ୍ୱତନ୍ତ୍ର ସେଲ୍ ଅଧିକାରୀମାନେ ମଧ୍ୟ ତାଙ୍କୁ ପଚରାଉଚରା କରୁଛନ୍ତି। ନିବାସୀ ସଲମାନ ଛଦ୍ମନାମ ଅରମାନ ଗାଜିଆବାଦର ଲୋନି ରେ ରହୁଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଯେ ସଲମାନ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଇଛି ଏବଂ ଏଥିପାଇଁ ତାଙ୍କୁ କିଏ ପ୍ରଭାବିତ କରିଛି କି ନାହିଁ ତାହା ଜାଣିବା ଚେଷ୍ଟା ଚାଲିଛି। ତାଙ୍କୁ ପଚରାଉଚରା କରିବା ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ପୋଲିସ ଅଧିକାରୀ ମାନେ କହିଛନ୍ତି। ସୂଚନା ମିଳିଛି ଯେ, ଅଭିଯୁକ୍ତ ଜଣକ ବେଲରେ ଜେଲରୁ ଆସିଥିଲା । ଅଭିଯୁକ୍ତ ବିରୋଧରେ ପୂର୍ବରୁ ଥାନାରେ ଅନେକ ମାମଲା ମାମଲା ମଧ୍ୟ ରହିଛି । ଅନ୍ୟପକ୍ଷରେ ଏହି ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଡ଼ିତ ଥିବାରୁ ଗୁଇନ୍ଦା ବିଭାଗ ମଧ୍ୟ ସଲମାନଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

Related Posts