ଅମ୍ରିତ ପ୍ରଧାନଙ୍କୁ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ପାଇଁ ସହାୟକ ହେଲା କ୍ରାଉଡ୍ ଫଣ୍ଡିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୨୪ ବର୍ଷିୟ ଅମ୍ରିତ ପ୍ରଧାନ ଯାହାଙ୍କୁ ନେଇ ଗତକାଲି ଦିନ ତମାମ ଚର୍ଚ୍ଚା ଜୋର ଧରିଥିଲା । ସେ କୌଣସି ସେଲିବ୍ରେଟି ନୁହନ୍ତି । କିନ୍ତୁ ଗତ କାଲି ତାଙ୍କୁ ନେଇ ଦିନତମାମ ଚର୍ଚ୍ଚା ଜୋର ଧରିଥିଲା। ଫୁସଫୁସ ପ୍ରତିରୋପଣ ପାଇଁ ଭୁବନେଶ୍ୱର ଏମ୍ସରୁ ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା । ଏବେ ପ୍ରଶ୍ନ ଉଠୁଛି କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ପରିବାର ଲୋକ ଚେନ୍ନାଇର ଆପୋଲ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ କେମିତି ସାହସ କରିପାରିଲେ । ପରିବାର ସଦସ୍ୟଙ୍କ ଏକ ଭାବପ୍ରବଣ ଆବେଦନ ପରେ ଅମ୍ରିତଙ୍କ ଚିକିତ୍ସା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ସହାୟତା ପାଇଁ ପଠାଇଥିଲେ। ବ୍ରହ୍ମପୁର ସହର ବାସୁଦେବ ନଗରର ୨୪ ବର୍ଷୀୟ ଅମ୍ରିତ ପ୍ରଧାନ ଗମେଣ୍ଟ୍ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ପାସ୍ କରିବା ପରେ ବେଙ୍ଗାଲୁରୁର ଏକ ଆଇଟି କମ୍ପାନିରେ ଇଂଜିନିୟର ଭାବେ କାମ କରୁଥିଲେ । ମହାମାରୀ ସମୟରେ ସେ ଚାକିରି ଛାଡି ସିଭିଲ୍ ସର୍ଭିସ୍ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅମ୍ରିତ ପ୍ରଧାନଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏବଂ ମାଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ । ଗତ ଏପ୍ରଲ ମଧ୍ୟଭାଗରେ ମାଆ ପ୍ରଥମେ କରୋନା ଆକ୍ରାନ୍ତ ହେବାପରେ ବାପା ଧିରେ ଧିରେ ପୁରା ପରିବାରରେ ସଂକ୍ରମଣ ବ୍ୟାପିଗଲା । ପରିବାରର ସମସ୍ତେ ସୁସ୍ଥ ହୋଇଥିବାବେଳେ ଅମ୍ରିତଙ୍କ ସ୍ୱାସ୍ଥ୍ୟବସ୍ଥା କିନ୍ତୁ ବିଗିଡି ଯାଇଥିଲା । ତାଙ୍କୁ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଖରାପ ହେବାପରେ ମେ ୨ ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେ ଗତ ୨୦ ଦିନ ଧରି ଭେଣ୍ଟିଲେଟରରେ ଅଛନ୍ତି। ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, କରୋନା ସାଙ୍ଗକୁ ଅମ୍ରିତ ଙ୍କୁ ନିମୋନିଆ, ସେପ୍ଟିସେମିଆ ଏବଂ ଅନ୍ୟାନ୍ୟ ରୋଗ ହେତୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ଆହୁରି ଜଟିଳ ହୋଇଯାଇଥିଲା। ଅମ୍ରିତଙ୍କ ବଡ ଭଉଣୀ ମନୀଷା ପ୍ରଧାନ କହିଛନ୍ତି ଯେ, “ମେ ୨୪ ରେ, AIIMS ର ଡାକ୍ତରମାନେ ପରିବାର ଲୋକଙ୍କୁ କହିଥିଲେ ଯେ ଅମ୍ରିତ୍ ଙ୍କୁ ଏମିତି ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ, ଯେଉଁଠାରେ ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ (ECMO) ସହାୟତା ଏବଂ ଫୁସଫୁସ ପ୍ରତିରୋପଣ ପାଇଁ ସୁବିଧା ରହିଥିବ। ତେବେ ଏହି ସୁବିଧା ଓଡିଶାରେ ଉପଲବ୍ଧ ନାହିଁ । ତେବେ ଡାକ୍ତରଙ୍କ ଏହି ପରାମର୍ଶ
ପରିବାର ଲୋକଙ୍କୁ ନିରାଶ କରି ଦେଇଥିଲା। ଅମ୍ରିତଙ୍କ ଚିକିତ୍ସା ପାଇଁ ଅତିକମ୍ ରେ ୧.୨ କୋଟି ଟଙ୍କା ଆବଶ୍ୟକ ହେବ । ECMO ସୁବିଧା ଥିବା ଏୟାରଲିଫ୍ଟ୍ ପାଇଁ ୩୦ ରୁ ୪୦ ଲକ୍ଷ ଟଙ୍କା ଆବଶ୍ୟକ ହେବ ବୋଲି ଅମୃତଙ୍କ ଭିଣେଇ ଚିଦାନନ୍ଦ ତାରାଇ କହିଛନ୍ତି। ତେବେ ଅମ୍ରିତଙ୍କ ପରିବାର ଲୋକଙ୍କ ପାଖରେ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରିବାର ସାମର୍ଥ୍ୟ ନଥିଲା। ଶେଷରେ ଅର୍ଥ ଯୋଗାଡ କରବାକୁ ସୋସିଆଲ ମିଡିଆର ସାହାରା ନେଇଥିଲେ ପରିବାର ସଦସ୍ୟ । ତେବେ ‘ମିଲାପ’ ସାଇଟ୍ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିବା କରିବା ପାଇଁ କେତେକ ପରାମର୍ଶ ଦେଲେ । ଯାହା ତାଙ୍କୁ ବିଶେଷ ସହାୟକ ହେଲା । ଅନଲାଇନ୍ ପ୍ଲାଟଫର୍ମ ମିଲାପ ମାଧ୍ୟମରେ ୫୭,୨୪,୭୫୦ ଟଙ୍କା ସଂଗ୍ରହ କରାଯାଇଥିଲା ବୋଲି ଚିଦାନନ୍ଦ ତରାଇ କହିଛନ୍ତି। ଏହାପରେ ଗତକାଲି ଅମ୍ରିତଙ୍କୁ ଭୁବନେଶ୍ୱର ଏମ୍ସରୁ ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା । କମିଶନରେଟ୍ ପୋଲିସ AIIMS ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ପର୍ଯ୍ୟନ୍ତ ୧୦ କିଲୋମିଟର ପର୍ଯ୍ୟନ୍ତ ଗ୍ରୀନ କରିଡର୍ ବ୍ୟବସ୍ଥା କରିଥିଲେ। ଅମ୍ରିତ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବେ ବୋଲି ପରିବାର ଲୋକେ ଆଶାବାଦୀ ଅଛନ୍ତି।

Related Posts