ଦିଲ୍ଲୀ ଦଙ୍ଗା ମାମଲା : ଜେଲରୁ ବାହାରିଲେ ପିଞ୍ଜରା ତୋଡ ସଦସ୍ୟ ଓ ଜାମିଆ ଛାତ୍ର ଇକବାଲ ତନହା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଦେବଙ୍ଗନା କାଲିତା, ନତାଶା ନାରବାଲ ଓ ଜାମିଆ ଛାତ୍ର ଇକବାଲ ତନହା ଗୁରୁବାର ଦିନ ଦିଲ୍ଲୀର ତିହାଡ ଜେଲରୁ ବାହାରିଛନ୍ତି। ସେମାନଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ୟୁଏପିଏ ଆକ୍ଟ ଅଧିନରେ ଗତବର୍ଷ ଗିରଫ କରାଯାଇଥିଲା । ତେବେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଠାରୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କୁ ଜେଲରୁ ଖଲାସ କରିବାରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଖଲାସ କରିନଥିଲେ। କିନ୍ତୁ ଗୁରୁବାର ଦିନ ପୁଣିଥରେ ପିଞ୍ଜରା ତୋଡ ସଦସ୍ୟଙ୍କୁ ତୁରନ୍ତ ଜେଲରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ଜେଲର ଡାଇରେକ୍ଟର ଜେନେରାଲ ସନ୍ଦୀପ ଗୋଏଲ ଦେବଙ୍ଗନା,ନତାଶା,ଇକବାଲଙ୍କୁ ଜେଲରୁ ଖଲାସ କରାଯାଇଥିବା ନେଇ ସୂଚନା ଦେଇଥିଲେ। ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କାଲିତା ଏବଂ ନତାଶାଙ୍କୁ ରାତି ପ୍ରାୟ ୭ ଟା ଏବଂ ଇକବାଲ ତନହା ୭.୩୦ ମିନିଟ୍ ସମୟରେ ଜେଲରୁ ବାହାରିଥିଲେ। ତେବେ ଜେଲରୁ ବାହାରିବା ପରେ ଏହି ତିନି ଜଣ ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟ୍ କହିଛନ୍ତି ଯେ ତାଙ୍କର ଏହି ଲଢେଇ ଆଗକୁ ଜାରି ରହିବ। ଏବଂ ବେଲ୍ ପ୍ରଦାନ କରିଥିବାରୁ ସେ ଦିଲ୍ଲୀ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବେ। ସୂଚନାଯୋଗ୍ୟ ଦିଲ୍ଲୀ ହାଇକୋର୍ଟ ଏହି ସମସ୍ତଙ୍କୁ ମଙ୍ଗଳବାର ଜାମିନ ପ୍ରଦାନ କରିଥିବା ସତ୍ତ୍ୱେ ତାଙ୍କୁ ଗୁରୁବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ଜେଲ୍ ରୁ ଖଲାସ କରାଯାଇନଥିଲା । ଦିଲ୍ଲୀର କାରକରଡୋମା କୋର୍ଟ ଗୁରୁବାର ଦିନ ଏହି ଘଟଣାରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଆଡିସନାଲ ସେସନ୍ସ ଜଜ୍ ରବୀନ୍ଦ୍ର ବେଦୀ ଆଇନଜୀବୀଙ୍କୁ କହିଥିଲେ ଯେ କୋର୍ଟ ସେମାନଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ତାଙ୍କ ପାଖରେ କୌଣସି ଅଡର ପହଞ୍ଚି ନାହିଁ। କୋର୍ଟ ସମସ୍ତଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଅର୍ଡସ ପାସ କରିଛନ୍ତି। ଏପଟେ ଦିଲ୍ଲୀ ପୁଲିସ୍ ଭେରିଫିକେସନ ପାଇଁ କୋର୍ଟଙ୍କୁ ୩ ଦିନ ମାଗିଥିଲେ ମଧ୍ୟ ଏହାକୁ ରବୀନ୍ଦ୍ର ବେଦୀ ଖାରଜ କରିଦେଇଥିଲେ। ଏହା ସହ ତୁରନ୍ତ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Posts