ଦିଲ୍ଲୀ ଦଙ୍ଗା ମାମଲା; ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖଲିଦ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଦଙ୍ଗା ମାମଲାରେ ଦୀର୍ଘଦିନ ହେବ ଜେଲରେ ଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖଲିଦ ଓ ଖଲିଦ ସୈଫଙ୍କୁ ଦିଲ୍ଲୀର କଡକଡଡୁମା କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କେବଳ ଜାମିନ ପ୍ରଦାନ କରିନାହାଁନ୍ତି ବରଂ ତାଙ୍କୁ ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ତେବେ ୨୦୨୦ ଫେବୃଆରୀ ମାସରେ ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳରେ ହୋଇଥିବା ପଥରମାଡ ମାମଲାରେ ପୂର୍ବରୁ ଉମରକୁ ଜାମିନ ମିଳିସାରିଥିଲା । ହେଲେ ଅନ୍ୟଏକ ମାମଲାରେ ସେ ଜେଲରେ ବନ୍ଦ ଥିଲେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଦଙ୍ଗା ମାମଲାରେ ଜଣେ କନେଷ୍ଟବଳଙ୍କ ବୟାନ ଆଧାରରେ ଉମର ଖାଲିଦ ଓ ଖାଲିଦ ସୈଫଙ୍କୁ ମାମଲା ରୁଜୁ କରାଯାଇଥିଲା । ଏଥିରେ କୁହାଯାଇଥିଲା କି ୨୦୨୦ ଫେବୃଆରୀ ୨୪ ତାରିଖରେ ଚାନ୍ଦ ବାଗ ପୋଲ ନିକଟରେ ଜମା ହୋଇଥିବା ଏକ ଭିଡ ଉପରେ ପଥରମାଡ ହୋଇଥିଲା । ପଥରମାଡ କରିଥିବା ଲୋକମାନଙ୍କୁ ଉମର ଓ ଖାଲିଦ ସୈଫ ଉସକାଇଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ଏମାନଙ୍କର ସିଧାସଳଖ ସଂପୃକ୍ତି ଥିବା ନେଇ କୋର୍ଟଙ୍କ ନିକଟରେ ଅଭିଯୋଗକାରୀ କୌଣସି ସଠିକ୍ ପ୍ରମାଣ ଦାଖଲ ନକରିପାରିବାରୁ ସେମାନଙ୍କୁ କୋର୍ଟ ଆଜି ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସେପଟେ କୋର୍ଟ ଦ୍ୱାରା ଏହି ମାମଲାରେ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଦେଶଦ୍ରୋହ ମାମଲାରେ ଏମାନେ ଏବେ ନ୍ୟାୟିକ ହେପାଜତରେ ରହିଛନ୍ତି ।

Related Posts