ଓୟୋକୁ ମାନ୍ଦାବସ୍ଥା ଡର; ୬୦୦ କର୍ମଚାରୀଙ୍କୁ କମ୍ପାନୀ କରିବ ଛଟେଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ବର ସମସ୍ତ ବଡ ବଡ କମ୍ପାନୀ ନିଜର ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଆଡକୁ ଅଗ୍ରସର ହେଉଛି ସମଗ୍ର ବିଶ୍ବ । ଯେଉଁଥିପାଇଁ ପ୍ରଭାବିତ ହେଉଛନ୍ତି କମ୍ପାନୀ ଏବଂ କର୍ମଚାରୀ । ଭାରତରେ ମଧ୍ୟ ସମାନ ଅବସ୍ଥା । ଓ୍ବିପ୍ରୋ, ଇନଫୋସିସ୍, ଜୋମାଟୋ ସମେତ ଅନେକ ବଡ ବଡ କମ୍ପାନୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ଏବେ ସେଥିରେ ସାମିଲ ହୋଇଛି ଓୟୋ (OYO) । କମ୍ପାନୀର ବୈଷୟିକ ବିଭାଗ ଏବଂ ପ୍ରଡକ୍ସନ ଟିମ୍‌ରୁ ପ୍ରାୟ ୬୦୦ କର୍ମଚାରୀଙ୍କୁ ବିଦା କରିବାକୁ କମ୍ପାନୀ ବୟାନ ଜାରି କରାଯାଇଛି ।

କେବଳ ଛଟେଇ ନୁହେଁ ସେଲସ୍‌ ବିଭାଗ ପାଇଁ ନିଯୁକ୍ତି ମଧ୍ୟ କରିବ ଓୟୋ। ୨୫୦ ଜଣ ସେଲସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ କମ୍ପାନୀ ନିଯୁକ୍ତି ଦେବାକୁ ଯୋଜନା କରୁଛି । ଶନିବାର ଏ ନେଇ କମ୍ପାନୀ ପକ୍ଷରୁ ସୂଚାଇ ଦିଆଯାଇଛି । କମ୍ପାନୀ ପକ୍ଷରୁ ବିଦା କରିବାକୁ ଯୋଜନା ଥିବା ବିଭାଗ ଗୁଡିକରେ ମୁଖ୍ୟତଃ ଇଞ୍ଜିନିୟରିଂ, କର୍ପୋରେଟ୍‌ ମୁଖ୍ୟାଳୟ ଏବଂ ଓୟୋ ଭ୍ୟାକାସନ୍‌ ହୋମ୍ସ (ଛୁଟି କାଟିବା ପାଇଁ ଉର୍ଦ୍ଧିଷ୍ଟ ଘର) ପାଇଁ ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ବିଦା କରିବାକୁ ଯୋଜନା କରୁଛି କମ୍ପାନୀ ।

ସେହିଭଳି ପାର୍ଟନର ରିଲେସନସିପ୍‌ ମ୍ୟାନେଜମେଣ୍ଟ ଏବଂ ବିଜନେସ୍‌ ଡେଭଲପମେଣ୍ଟ ଟିମ୍‌ରେ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛି କମ୍ପାନୀ । ଦେଶବ୍ୟାପୀ ମୋଟ ୩୭ଶହ କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶକୁ ଛଟେଇ କରିସାରିଲାଣି ଓୟୋ । ମୋଟ ୬ଶହ କର୍ମଚାରୀଙ୍କୁ ବିଦା କରିବା ସହିତ ଆଉ ୨୫୦ ନୂଆ କର୍ମଚାରୀଙ୍କୁ କମ୍ପାନୀ ନିଯୁକ୍ତି କରିବ । ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କମ୍ପାନୀ ଏହାର ବୈଷୟିକ ଟିମ୍‌କୁ ସୁଦୃଢ କରିବାକୁ ଯୋଜନା କରିଛି ।,

Related Posts