‘ଗଣତନ୍ତ୍ର ଶେଷ ହୋଇ ଯାଇଛି’; ପଞ୍ଜାବରେ ରାଜ୍ୟପାଳଙ୍କ ନିଷ୍ପତି ପ୍ରତ୍ୟାହାର ପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ୍ ଆଦମୀ ପାର୍ଟି (ଆପ୍) ବୁଧବାର ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପଞ୍ଜାବ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଆପ ପକ୍ଷରୁ କରାଯାଇଥିବା ଆବେଦନକୁ ରାଜ୍ୟପାଳ ଖାରଜ କରିଦେଇଛନ୍ତି। ଏହାପରେ ଆପ ପକ୍ଷରୁ ଏହାର ବିରୋଧ କରାଯାଇଛି । ଏନେଇ ଟୁଇଟ କରି ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଲେଖିଛନ୍ତି ଯେ ‘କ୍ୟାବିନେଟ ଦ୍ବାରା ଡକାଯାଇଥିବା ଏକ ବିଧାନସଭା ଅଧିବେଶନକୁ ରାଜ୍ୟପାଳ କିପରି ରଦ୍ଦ କରିପାରିବେ ? ଯଦି ଏପରି ହେଲା, ତେବେ ଗଣତନ୍ତ୍ର ଶେଷ ହୋଇଯାଇଛି । ଦୁଇଦିନ ପୂର୍ବରୁ ରାଜ୍ୟପାଳ ଏଥିପାଇଁ ଅନୁମତି ଦେଇଥିଲେ । ଯେତେବେଳେ ଅପରେସନ ଲୋଟସ କାମ କଲାନାହିଁ ଓ ସଂଖ୍ୟା ଯୋଗାଡ ହେଲା ନାହିଁ, ସେତେବେଳେ ଉପରୁ ଅନୁମତି ପ୍ରତ୍ୟାହାର ପାଇଁ ଏକ ନିର୍ଦ୍ଦେଶ ଆସିଲା । ଆଜି ଦେଶରେ ଗୋଟିଏ ପଟେ ସମ୍ବିଧାନ ଥିବାବେଳେ ଅନ୍ୟପଟେ ଅପରେସନ ଲୋଟସ ରହିଛି ।’

ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆପ୍ ନେତା ରାଘବ ଚଢା କହିଛନ୍ତି ଯେ, ‘ରାଜ୍ୟପାଳଙ୍କ ପ୍ରତ୍ୟାହାର ଆଦେଶ ତାଙ୍କ ସଂପର୍କରେ ଏକ ଗୁରୁତର ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ସରକାରଙ୍କ ନିଷ୍ପତ୍ତିରେ ରାଜ୍ୟପାଳ କାହିଁକି ଆପତ୍ତି ଉଠାଇବେ ତାହାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ସେ କହିଛନ୍ତି।

Related Posts