ବିଏସପିର ପ୍ରାର୍ଥୀ ହୋଇ ମଧ୍ୟ ବିଜେପି ପାଇଁ ଭୋଟ ମାଗୁଛନ୍ତି ହାଜି ରିଜୱାନ; ଭାଇରାଲ ହେବାରେ ଲାଗିଛି ତାଙ୍କର ଏହି ଓଡିଓ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ୟ୍ୟାୟରେ ୫୫ ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ପର୍ୟ୍ୟାୟ ମତଦାନ ମଧ୍ୟରେ ମୁରାଦାବାଦ କୁନ୍ଦରକିର ବିଏସପି ପ୍ରାର୍ଥୀ ହାଜି ରିଜୱାନଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଆବେଦନ କରୁଛନ୍ତି। ଭାଇରାଲ ହୋଇଥିବା ଅଡିଓ କ୍ଲିପ୍ରେ ଏହା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳିଛି ଯେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ସେ ସାଇକେଲରେ ପଡ଼ିଥିବା ଭୋଟ୍କୁ ବିଜେପିକୁ ପଠାଇବାକୁ କହୁଛନ୍ତି। ଏସପି ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ହାଜି ରିଜୱାନ ଅଡିଓରେ ଆବେଦନ କରୁଛନ୍ତି । କେବଳ ଏତିକି ନୁହେଁ କୌଣସି ପ୍ରକାରରେ ମଧ୍ୟ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ମନା କରିଛନ୍ତି । ଏପରିକି ବିଏସପି ପ୍ରାର୍ଥୀମାନେ ଏହି ଓଡିଓକୁ ପୁଷ୍ଟି ମଧ୍ୟ କରିସାରିଛନ୍ତି । ସେପଟେ ବିଏସପି ପ୍ରାର୍ଥୀ ହାଜି ରିଜୱାନଙ୍କ ଏନେଇ ପ୍ରତିକ୍ରିୟା ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ।

ତେବେ ସମାଜବାଦୀ ପାର୍ଟି କୌଣସି ପ୍ରକାରରେ ଉତ୍ତରପ୍ରଦେଶରେ ଜିତିପାରିବ ନାହିଁ । ତେଣୁ ମୁଁ ମୋର ସମର୍ଥକଙ୍କୁ ଏହା କହିଥିଲି । ଏଥିସହିତ ସେ କହିଛନ୍ତି ଯେ ମୁଁ ଓଡିଓରେ ଯାହା କହିଛି ସେଥିରେ କିଛି ଭୁଲ୍ ନାହିଁ। ଆମେ ଏସପି ସାଂସଦ ବୁର୍କଙ୍କୁ ପାଞ୍ଚଥର ସମର୍ଥନ କରିଛୁ କିନ୍ତୁ ଏଥର ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ବିଧାୟକ ହାଜି ରିଜୱାନଙ୍କ ଟିକେଟ୍ କାଟି ଏସପି ଜିଆର୍ ରେହମାନଙ୍କୁ ଟିକେଟ୍ ଦେଇଥିଲା । ଟିକେଟ୍ କାଟିବା ପରେ ହାଜି ରିଜୱାନ୍ ଏସପିଙ୍କ ପ୍ରତି ବିଦ୍ରୋହୀ ମନୋଭାବ ପୋଷଣ କରିଥିଲେ। ନିକଟରେ ସେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିବା ପରେ ବାହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିରେ ଯୋଗଦେବା ପରେ ତାଙ୍କୁ କୁଣ୍ଡାର୍କିରୁ ଟିକେଟ ମଧ୍ୟ ଦିଆଯାଇଥିଲା।

Related Posts