ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଡ଼ିପାରିଲାନି ଚନ୍ନୀଙ୍କ ହେଲିକପ୍ଟର; ସେପଟେ ଏପରି କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଲେ ସୁନୀଲ ଜଖର

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବ ଗସ୍ତରେ ଅଛନ୍ତି । ସେପଟେ ତାଙ୍କ ସୁରକ୍ଷାରେ ତ୍ରୁଟି ହେବାପରେ ଏହା ତାଙ୍କର ପ୍ରଥମ ପଞ୍ଜାବ ଗସ୍ତ । ପୂର୍ବଥର ଯେଉଁ ଭୁଲ ହୋଇଥିଲା ତାକୁ ନଦୋହରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ହେଲିକପ୍ଟରକୁ ଟେକ ଅଫ କରିବାକୁ ଅନୁମତି ଦିଆଯାଇ ନାହିଁ । ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଚଳପ୍ରଚଳ ନେଇ ଚଣ୍ଡିଗଡ଼ରେ ରାଜେନ୍ଦ୍ର ପାର୍କକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ବାସ ଏହା ପରେ ପଞ୍ଜାବ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ହୋସିଆରପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମାବେଶରେ ମୁଖ୍ୟମନ୍ତ୍ରୀ ଚନ୍ନୀ ପହଞ୍ଚି ପାରିନଥିଲେ । ଏନେଇ କଂଗ୍ରେସ ନେତା ସୁନୀଲ ଝାଖଣ୍ଡ କେନ୍ଦ୍ରକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଏନେଇ ଚନ୍ନୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଏହିପରି ଭାବରେ ଅଟକାଇବା ଭୁଲ ଅଟେ ।

ଯଦି ପ୍ରଧାନମନ୍ତ୍ରୀଙ୍କୁ ଅବତରଣ ପାଇଁ ଅନୁମତି ମିଳିପାରୁଛି ତ କାହିଁକି ଜଣେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଜଳନ୍ଧରରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି। ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜଖର କହିଛନ୍ତି ଯେ, ହୋସିରାପୁରକୁ ଚନ୍ନିଙ୍କର ଗସ୍ତ କାର୍ୟ୍ୟକ୍ରମ ଥିଲା। କିନ୍ତୁ ତାଙ୍କ ହେଲିକପ୍ଟରକୁ ଅନୁମତି ଦିଆ ନଯିବା ଲଜ୍ଜାଜନ ବିଷୟ। ଯଦି ଏହି ଘଟଣାକୁ ନିର୍ବାଚନ କମିଶନ ଗୁରୁତର ସହ ନ ନିଅନ୍ତି ତେବେ ନିର୍ବାଚନ ଗୁଡ଼ିକ ଏକ ଫାର୍ଶ ବୁଝିବାକୁ ପଡ଼ିବ ବୋଲି ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜଖର କହିଛନ୍ତି । ଫେବୃଆରୀ ୨୦ରେ ପଞ୍ଜାବ ନିର୍ବାଚନ ହେବ। ମାର୍ଚ୍ଚ ୧୦ରେ ଗଣତି ହେବ।

Related Posts