ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗରେ କେନ୍ଦ୍ରକୁ ଦେବୀ ମିଶ୍ରଙ୍କ ଟାର୍ଗେଟ; “ସରକାର ପରେ ସରକାର ବଦଳୁଛି, ଓଡ଼ିଶାର ଦାବି କେହି ଶୁଣୁନାହାନ୍ତି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । କେନ୍ଦ୍ରରେ ସରକାର ପରେ ସରକାର ବଦଳୁଛି, ହେଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି। ଓଡ଼ିଶାର ଦାବି କେହି ଶୁଣୁ ନାହାନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ଓଡ଼ିଶାକୁ ଏହି ଅନୁଦାନ ମିଳିବା ଦରକାର। ୧୦ ବର୍ଷ ତଳେ ଦିଲ୍ଲୀ ରାମଲୀଳା ମୈଦାନରେ ଏନେଇ ବିଶାଳ ସମାବେଶ କରାଯାଇଥିଲା । ୬୦- ୪୦ ନୁହେଁ, ୯୦- ୧୦ ହାରରେ ଓଡ଼ିଶାକୁ କେନ୍ଦ୍ର ଅନୁଦାନ ମିଳିବା ଦରକାର। ଦେଶର ଅଲଗା ରାଜ୍ୟ ଭଳି ଓଡିଶାକୁ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା କଥା ଦୋହରାଇଛି ବିଜେଡି।

Related Posts