ସତ୍ୟପାଠ (ବ୍ୟୁରୋ) ୨୦/୦୮/୨୧ ; ହିନ୍ଦୀରେ ଗୋଟେ ଲୋକପ୍ରିୟ ଉକ୍ତି ଅଛି ; ଉଗତା ସୁରଜ ଧୀରେ ଧୀରେ ଓ … ଡୁବତା ସୁରଜ୍ ଧୀରେ ଧୀରେ। ଅର୍ଥାତ୍, ଉଭୟ ଉଦୟ ଓ ଅସ୍ତ ବେଳେ ସୂର୍ଯ୍ୟଙ୍କର ଚଳନ ଧୀରେ ଧୀରେ ହିଁ ହୋଇଥାଏ। ଯେଭଳି ସୂର୍ଯ୍ୟୋଦୟ ଧୀରେ ଧୀରେ ହୋଇଥାଏ ଠିକ୍ ସେହିପରି ଅସ୍ତଗାମି ସୂର୍ଯ୍ୟ ଧୀରେ ଧୀରେ ପଶ୍ଚିମ ଆକାଶରେ ବୁଡ଼ିଥାନ୍ତି। ଏବେ ରାଜ୍ୟ ବିଜେପି ସଙ୍ଗଠନ ରେ ଧର୍ମେନ୍ଦ୍ରଙ୍କ ସ୍ଥିତି ଠିକ୍ ଡୁବତା ସୁରଜ୍ ଧୀରେ ଧୀରେ ଭଳି। ପ୍ରଧାନଙ୍କ ପତିଆରା ଯେ ଧୀରେ ଧୀରେ ଖସୁଛି ତାହା ଏବେ ସ୍ପଷ୍ଟ ଭାବେ ଦୃଶ୍ୟମାନ। ୨୦୧୯ ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ସ୍ଥିତି ବଢ଼ିଛି ନା ଖସିଛି ଏହାକୁ ନେଇ ଖୁଲମଖୁଲା ଚର୍ଚ୍ଚା ଆରମ୍ଭ ହେଇଥିଲା। ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପରେ ଏହା ବିତର୍କ ର ରୂପ ନେଇଥିଲା। ଅବଶ୍ୟ ପ୍ରଧାନଂକ ସମର୍ଥକଙ୍କ କହିବା କଥା ଯେ ଧର୍ମେନ୍ଦ୍ର ଭାଇଙ୍କ ବିନା ରାଜ୍ୟ ସଙ୍ଗଠନ ଶୂନ। ଯେ ପର୍ଯ୍ୟନ୍ତ ଅମିତ୍ ଶାହ ଅଛନ୍ତି ସେ ପର୍ଯ୍ୟନ୍ତ ରାଜ୍ୟ ସଙ୍ଗଠନ ରେ ଧର୍ମେନ୍ଦ୍ରଙ୍କ ହାକିମାତି ଚାଲିବା ଥୟ ବୋଲି ପ୍ରଧାନ ଙ୍କ କ୍ୟାମ୍ପ ଏଯାଏଁ ଯୁକ୍ତି କରିଚାଲିଛନ୍ତି। କିନ୍ତୁ ଏ ବିତର୍କ ର ଶେଷ ଦୃଶ୍ୟ ଥିଲା ଗତ ୧୯ ତାରିଖ ଗୁରୁବାର ଦିନ ଉଭୟ ଅଶ୍ଵିନୀ ଓ ଧର୍ମେନ୍ଦ୍ରଙ୍କ ଜନ ଆଶିର୍ବାଦ ଯାତ୍ରା ଅବସରରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ବୁଝିଲାବାଲାକୁ ଇଶାରା କାଫି, ଏହି ଗସ୍ତ ର ଦୃଶ୍ୟକୁ ଯିଏ ନିରିଖେଇକି ଦେଖିବ ସିଏ ବୁଝିଯିବ ଯେ ୨୦୨୪ ପାଇଁ ଓଡ଼ିଶା BJP ର ବିଗ୍ ବସ୍ ହେଉଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ସଂଗଠନ ନେତୃତ୍ୱ ଖାତାରୁ ଧର୍ମେନ୍ଦ୍ର ଙ୍କୁ କଟା ସରିଲାଣି ତାହା ସ୍ପଷ୍ଟ କରିସାରିଲାଣି ହାଇକମାଣ୍ଡ। ପ୍ରଧାନଙ୍କୁ ଯେ ଆଉ ନେତୃତ୍ୱ ଦେବାକୁ ପାର୍ଟି ର ସେଣ୍ଟ୍ରାଲ ଲିଡ଼ରସିପ୍ ଚାହୁଁନାହିଁ, ସେଇଟା ଯେଭଳି ଭାବରେ ଧର୍ମେନ୍ଦ୍ର ଙ୍କ ପୋର୍ଟଫୋଲିଓ କଢାଗଲ। ଏଵଂ ମୋଦିଙ୍କ କ୍ୟାବିନେଟ୍ ରେ ଅଶ୍ଵିନୀ ଙ୍କ ର ଯେଭଳି ମେଗାଷ୍ଟାର ଏଣ୍ଟ୍ରି ହେଲା ସେଥିରୁ ସ୍ପଷ୍ଟ ବୁଝାପଡୁଛି। ଖାଲି ସେତିକି ନୁହଁ, ଯେବେଠୁ ମୋଦୀ କ୍ୟାବିନେଟ ରେ ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ହୋଇଛି ସେବେଠୁ ଗତ ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ଗୋଟେ ବି ଗସ୍ତ ନାହିଁ ଯେଉଁଠି ଓଡ଼ିଶା ରୁ ନିର୍ବାଚିତ ସାଂସଦ ( ଲୋକସଭା ବା ରାଜ୍ୟସଭା) ସେ ମନ୍ତ୍ରୀ ଥାନ୍ତୁ ବା ନଥାନ୍ତୁ ତାଙ୍କୁ ଧର୍ମେନ୍ଦ୍ରଙ୍କ ବରାବର ରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ଏଭଳି ଗୋଟିଏ ବି ନଜିର ନାହିଁ ଧର୍ମେନ୍ଦ୍ରଙ୍କ ଓଡ଼ିଶା ଗସ୍ତ ପଟୁଆର ରେ ରାଜ୍ୟ ର ଆଉ କେହି BJP ମନ୍ତ୍ରୀ ଙ୍କୁ ତାଙ୍କ ସହ ସମାନ ଖାତିରଦାରି ସହ ପଟୁଆରରେ ନିଆଯିବ।
୧୯ ତାରିଖ ର ଅଶ୍ଵିନୀ ଓ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମ ର କେବଳ ଫୋଟୋ କୁ ଯଦି ନଜର ପକେଇବେ ବୁଝି ପାରିବେ ଅସଲ ବସ୍ କିଏ। ୨୦୧୪ ପରେ ମିଡିଆ ପ୍ରଥମଥର ପାଇଁ ଖୁଲମଖୁଲା ଧର୍ମେନ୍ଦ୍ର ଙ୍କୁ ସାଇଡ ମାରି ଅଶ୍ଵିନୀ ଙ୍କୁ ମାଇଲେଜ୍ ଦେବା ଘଟଣା। ଅବଶ୍ୟ ଦଳ ତରଫରୁ ଏହାକୁ ଅତି ସନ୍ତର୍ପଣର ସହ ହ୍ୟାଣ୍ଡଲ କରାଯାଉଛି। କାରଣ ପାର୍ଟି ଲିଡରସିପ ଚାହୁଁଚି ଯେ ଅଶ୍ଵିନୀ ଙ୍କୁ ରିମୋଟ ହ୍ୟାଣ୍ଡଓଭର ଟା ସୁରୁଖୁରୁରେ ହେଉ। କ୍ୟାଡ଼ର ବା କର୍ମୀଙ୍କୁ ଏ ମେସେଜ ନ ଯାଉ ଯେ ଧର୍ମେନ୍ଦ୍ର ଙ୍କୁ ସାଇଡ ମରାଯାଉଛି ବୋଲି।
ତେବେ ପ୍ରଶ୍ନ ଉଠୁଛି, ତା ହେଲେ ଧର୍ମେନ୍ଦ୍ର ଙ୍କୁ କାହିଁକି ଜନ ଆଶିର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ଅଶ୍ଵିନୀ ଙ୍କ ସହ ବରାବର ରେ ସାମିଲ କରାଗଲା? ଏହାର ଉତ୍ତର ହେଉଛି, ଧର୍ମେନ୍ଦ୍ର ଙ୍କୁ ଦଳ ଡଷ୍ଟ ବିନ୍ ରେ ପକେଇବାକୁ ଚାହୁଁ ନାହିଁ। କାରଣ ପ୍ରଧାନ ଙ୍କ ର ଗୁରୁତ୍ବ ଓ ଆବଶ୍ୟକତା କୁ ପାର୍ଟି ଭଲଭାବରେ ବୁଝିଛି। କିନ୍ତୁ ରାଜ୍ୟ ସଙ୍ଗଠନ ର ନେତୃତ୍ୱ ନେବା ର କଳା କୌଶଳ ତାଙ୍କ ପାଖରେ ନାହିଁ, ଏ କଥା ହାଇକମାଣ୍ଡ ନିଜେ ବୁଝିବା ସହ ପ୍ରଧାନ ବାବୁଙ୍କୁ ମଧ୍ୟ ବୁଝେଇ ଦେଇଛନ୍ତି। ପାଖାପାଖି ୭ ବର୍ଷ ଅଖଣ୍ଡ କ୍ଷମତା ଓ ଅର୍ଥ ଦିଆଗଲା କିନ୍ତୁ ଧର୍ମେନ୍ଦ୍ର ଙ୍କ ଦ୍ଵାରା ହୋଇପାରିଲା ନାହିଁ। କେବଳ ସେତିକିନୁହେଁ, ତାଙ୍କଠି ସମସ୍ତଙ୍କୁ ନେଇ ଚଲେଇପାରିବାର ନେତୃତ୍ୱ ର ଘୋର ଅଭାବ। ତେଣୁ ଅଶ୍ଵିନୀ ଙ୍କୁ ରାସ୍ତା ଛାଡ଼ିବା କାର୍ଯ୍ୟ ଟା ସୁରୁଖୁରୁରେ ହେଉ ସେଥିପାଇଁ କେନ୍ଦ୍ର ନେତୃତ୍ୱ ପ୍ରଧାନ ଙ୍କୁ ଅଶ୍ଵିନୀ ଙ୍କ ପଠେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଧର୍ମେନ୍ଦ୍ରଙ୍କ ପତିଆରା କଟୁଛି ଏହାର ଦୃଶ୍ୟ ସାଧାରଣରେ ନ ଆସୁ ସେଥିପାଇଁ ଗସ୍ତ ର ଏଜେଣ୍ଡା ଓ ମେନେଜମେଣ୍ଟ କୁ ପାର୍ଟି ଅତି ଯତ୍ନର ସହ କରିଛି। ଦିଲ୍ଲୀ ଏୟାରପୋର୍ଟ ରୁ ଫ୍ଲାଇଟ ରେ ବସିବାଠୁ ନେଇ ଶ୍ରୀମନ୍ଦିର ଗରୁଡ଼ସ୍ତମ୍ବ ନିକଟରେ ଦୀପଦାନ, ବଡ଼ଦାଣ୍ଡରେ ସାଷ୍ଟାଙ୍ଗ ପ୍ରଣାମ ସବୁଠି ବରାବର। କିନ୍ତୁ, ମିଡିଆ କଭରେଜ ଓ ପାର୍ଟି କାର୍ଯ୍ୟକର୍ତ୍ତା ଙ୍କ ହାବଭାବ ରୁ ସ୍ପଷ୍ଟ ବାରି ହେଇପଡୁଥିଲା ଯେ ଧର୍ମେନ୍ଦ୍ର ସାଇଡ ହେଲେଣି ବୋଲି।ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଠୁ ନେଇ ବିରୋଧୀଙ୍କ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସବୁଠି ଦାବିପତ୍ର ଓ ସ୍ମାରକପତ୍ର ଦିଆଯାଉଛି ଅଶ୍ୱିନୀ ଙ୍କୁ। ଧର୍ମେନ୍ଦ୍ର ଙ୍କୁ ନୁହଁ। ଅର୍ଥାତ୍ ଅଶ୍ଵିନୀ ହିଁ ନେତା।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦ ତାରିଖ ଶୁକ୍ରବାର ଦିନ ଯେତେବେଳେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ମାଲକାନଗିରି ଜିଲ୍ଲା ରେ କରୁଛନ୍ତି ସେହିଦିନ ଅଶ୍ଵିନୀ ବୈଷ୍ଣବ କେବିକେ ଅଞ୍ଚଳ ରାୟଗଡ଼ା, କୋରାପୁଟ ରେ କାର୍ଯ୍ୟକ୍ରମ କରୁଛନ୍ତି। ଅଶ୍ଵିନୀ ଓଡ଼ିଶାରେ ପହଞ୍ଚିବା ମାତ୍ରେ ଯେଉଁ ଟୁଇଟ ଟା କଲେ ସେଥିରେ ଲେଖିଲେ ଯେ ଓଡ଼ିଶା ସବୁବେଳେ ମୋର କର୍ମଭୂମି ହୋଇ ରହିଛି। ଏ ଟୁଇଟ୍ ଅନେକ ରାଜନୈତିକ ବାର୍ତା ଦେଉଛି।
ବଡ଼ଦାଣ୍ଡ ରେ ସାଷ୍ଟାଂଗ ପ୍ରଣିପାତ ଠୁ ସତ୍ୟବାଦୀ ବକୁଳବନ ଗସ୍ତ, ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ମନ୍ଦିର ରେ ପୂଜା, ପଦ୍ମଶ୍ରୀ ଶାନ୍ତି ଦେବୀ ଙ୍କୁ ଭେଟିବା, ରାୟଗଡ଼ାରେ ଆଦିବାସୀଙ୍କ ସହ ନାଚିବା, କୋରାପୁଟ ଓ ରାୟଗଡା ବଜାର ରେ ରୋଡ ସୋ କରିବା ଏ ସବୁ ବୟାନ କରୁଛି ଯେ ୨୦୨୪ ପାଇଁ ଓଡ଼ିଶା ବିଜେପିର ନୂଆ boss ହେଉଛନ୍ତି ଅଶ୍ୱିନୀ। କିନ୍ତୁ ଏହାର ଅର୍ଥ ନୁହଁ, ଅଶ୍ଵିନୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଦଳ କଥା ବୁଝିବେ ବୈଷ୍ଣବ। ଯଦି ପାର୍ଟି କୁ ବହୁମତ ମିଳେ ତେବେ ଵ୍ୟାକ୍ ଡୋର ରେ ଧର୍ମେନ୍ଦ୍ର ଙ୍କୁ ଏଣ୍ଟ୍ରି ଦେଇପାରାନ୍ତି ହାଇକମାଣ୍ଡ। କିନ୍ତୁ ସଙ୍ଗଠନ ନେତୃତ୍ୱ ମାମଲାରେ ଧର୍ମେନ୍ଦ୍ର ଏବେ ଡୁବତା ସୁରଜ୍ ଧୀରେ ଧୀରେ ….