ଅନୁଗୁଳ ବଳରାମପ୍ରସାଦ ସ୍ଥିତ ESIC ହସ୍ପିଟାଲର ଶୁଭ ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଉଦଘାଟିତ ହେଲା ଅନୁଗୁଳ ବଳରାମପ୍ରସାଦ ସ୍ଥିତ ESIC ହସ୍ପିଟାଲ । ବୁଧବାର ଦିନ ଏହି ହସ୍ପିଟାଲର ଶୁଭ ଉଦଘାଟନ ହୋଇଛି । ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ କେନ୍ଦ୍ର ଶିକ୍ଷା ଏବଂ ଉଦ୍ୟୋଗିକା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ତାଙ୍କ ସହିତ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି, ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ଭୁପିନ୍ଦର ୟାଦଭ ଯୋଗଦେଇଥିଲେ ।

ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଏ ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସ୍ଵାସ୍ଥ୍ୟ ସେବା ତୁରନ୍ତ ପାଇବା ସମ୍ଭବ ହେବ ବୋଲି ଆଶା ସଂଚାର ହୋଇଛି । ଏହାପରେ ପରେ ଏକ ସାଧାରଣ ସଭାରେ ଗରିବ କଲ୍ୟାଣ ଯୋଜନା ସମ୍ପର୍କିତ ଏକ ସଭାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ଥାଉକି, ଏହି ହସ୍ପିଟାଲକୁ ନିର୍ମାଣ ପାଇଁ ୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Related Posts