ଚିଲିକା ବିକାଶ ପାଇଁ ୧୫୮ କୋଟି

ସତ୍ୟପାଠ ବ୍ୟୁରୋ : ରାଜ୍ୟ ଆଦ୍ରଭୂମି ପ୍ରାଧିକରଣର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରମୁଖ ତିନି ଆଦ୍ରଭୂମି ଯଥା ଚିଲିକା, ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି । ଏଥିରେ ଆଦ୍ରଭୂମି ଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ଆଦ୍ରଭୂମି ପ୍ରାଧିକରଣ ବୈଠକରେ ଚିଲିକା, ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ଅର୍ଥରାଶି ବ୍ୟୟ ଅଟକଳ କରାଯାଇଛି । ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ ହୋଇଛି । ଏହା ଦ୍ୱାରା ଚିଲିକା ଆଖପାଖରେ ଥିବା ୧୫୧ଟି ଗ୍ରାମର ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ । ସେହିପରି ଅଂଶୁପା ଆଦ୍ରଭୂମିର ଉନ୍ନତି ପାଇଁ ୨୧ କୋଟି ୨୩ ଲକ୍ଷର ଯୋଜନାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ସହିତ ଭିତର କନିକା ପାଇଁ ବ୍ୟୟ ଅଟକଳ କରାଯାଇଥିବା ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Related Posts