ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ପ୍ରକାଶିତ

ସତ୍ୟପାଠ ବ୍ୟୁରୋ : ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ । ଆଜିଠାରୁ ର‌୍ୟାଙ୍କ ଧାରୀ ମାନେ ନିଜ ଇଚ୍ଛାରେ କଲେଜ ଓ ବିଷୟ ଚଏସ୍ ଫିଲିଂ କରିପାରିବେ ।

ରାଜ୍ୟରେ ବିଭିନ୍ନ କଲେଜରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇ ପରୀକ୍ଷା ହୋଇଥିଲା । ଆଜି ଏହି ସ୍ୱତନ୍ତ୍ର ଓଜେଇଇର ପରୀକ୍ଷା ଫଳ ଆସିଛି । ୧୪୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୬୨୨ ଜଣଙ୍କୁ ର‌୍ୟାଙ୍କ ମିଳିଛି । ପରୀକ୍ଷାର୍ଥୀ ଅଫିସିଆଲ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ବିଟେକରେ ରବୀନ୍ଦ୍ର ବେହେରା, ଏମବିଏରେ ଚନ୍ଦନ ପାତ୍ର, ଏମସିଏରେ ଅନୀଷ ଅଗ୍ରୱାଲ ଟପ୍ପର ହୋଇଛନ୍ତି । ଏହା ସହ ବି ଫାର୍ମାରେ ପ୍ରଦୀପ ସାହୁ ,ଏମଫାର୍ମାରେ ବିଶାଳ ସିଂ ଟପ୍ପର ହୋଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ କୈାଣସି କାରଣରୁ ଓଜେଇଇ ପରୀକ୍ଷା ଦେଇପାରିନଥିଲେ ସେମାନେ ମଧ୍ୟ ଜୁଲାଇ ୨୧ରେ ହୋଇଥିବା ଏହି ସ୍ୱତନ୍ତ୍ର ଓଜେଇଇରେ ଉପସ୍ଥିତ ହୋଇପାରିଥିଲେ ।

Related Posts