ରାୟଗଡା ପରେ ନୂଆପଡାରେ ଡାଇରିଆ ଆତଙ୍କ: ଜଣେ ମୃତ

ନୂଆପଡା : ରାଜ୍ୟବାସୀଙ୍କୁ ଏବେ ଘାରିଛି ଡାଇରିଆ ଆତଙ୍କ । ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଜଣେ ଡାଇରିଆ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି । ଏହାସହ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏମାନେ ସମସ୍ତେ କୋମନା ବ୍ଲକ ଜଟଗଡ ଗ୍ରାମର । ତେବେ ଏହାର କାରଣ କଣ ତାହା ଜଣାପଡିନି ।

ସୂଚନା ଥାଉକି, ଗତ କିଛି ଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଘଟଣାସ୍ଥଳରେ ବିଶେଷଞ୍ଜ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଯାହା ଜଣାପଡିଥିଲା ଯେ, ଦୂଷିତ ପାଣି ଏହାର ମୁଖ୍ୟ ବାହକ । ସେପଟେ ଡାଆରିଆକୁ ରୋକିବାକୁ ବିଭିନ୍ନ ସ୍ଥାନରେ ସଚତନତା କାର୍ଯ୍ୟକ୍ରମ ମାନ କରାଯାଉଛି ।

ଧିରେ ଧିରେ ଡାଇରିଆ ଗୋଟିଏ ପରେ ରାଜ୍ୟକୁ ବ୍ୟାପୁଥିବା ବେଳେ ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

Related Posts