ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ବ୍ରହ୍ମପୁର :ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତି ୯୫ ଲକ୍ଷ ୮୯ ହଜାର ଟଙ୍କା ନେଇ ଯାଉଥିବା ବେଳେ କୋଟା ରେଲୱେ ଷ୍ଟେସନରେ ଉଭୟଙ୍କୁ ଧରିଥିଲା GRP । ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଏହି ଟଙ୍କା EE (MES) ଗୋପାଳପୁର ବନ୍ଦରର ବୋଲି । ନିଜ ଚାକିରୀ କାଳରେ ଅର୍ଥାତ ୨୦୧୨ ମାର୍ଚ୍ଚ ୨୦ରୁ ୨୦୨୨ ଫେବ୍ରୁଆରୀ ୧୭ ପର୍ଯ୍ୟନ୍ତ ଯନ୍ତ୍ରୀ ଜଣଙ୍କ ପାଖାପାଖି ୧ କୋଟି ୩୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅସ୍ଥାବର ସମ୍ପତ୍ତି ଜମା କରିଛନ୍ତି । ଯାହାକି ତାଙ୍କ ଆୟରୁ ପ୍ରାୟ ୧୩୪.୨୭ ପ୍ରତିଶତ ଅଧିକ । ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୩ଟି ସ୍ଥାନରେ ରେଡ୍ କରାଯାଇ ଅନେକ ଡକ୍ୟୁମେଣ୍ଟ ହାସଲ କରିଛି ସିବିଆଇ।

Related Posts