ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ଦିନେଶ ଗୁଣବର୍ଦ୍ଧେନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଯାଉଛି। ଗତକାଲି ରାଷ୍ଟ୍ରପତି ଭାବେ ରାନିଲ ୱିକ୍ରମସିଂଘେ ଶପଥ ଗ୍ରହଣ କରିବା ପାରେ ଏବେ ଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଦିନେଶ ଗୁଣବର୍ଦ୍ଧେନା ଆଜି ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଗତକାଲି ରାନିଲ ଓ୍ବିକ୍ରମସିଂଘେ ଦେଶର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ।

ଦେଶରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମଧ୍ୟ ରାଜଧାନୀ କଲମ୍ବୋରେ ପୁଣି ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ରାନିଲ ୱିକ୍ରମସିଂଘେଙ୍କୁ ବିରୋଧ କରୁଛନ୍ତି। ତେବେ ଶ୍ରୀଲଙ୍କାରେ ନୂତନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ବର୍ତ୍ତମାନ ଦେଶର ଆର୍ଥିକ ଓ ରାଜନୈତିକ ପରିସ୍ଥିତିରେ ସୁଧାର ଆସିବାନେଇ ଆଶା କରାଯାଉଛି।

Related Posts