ପରିସଲ ପଞ୍ଚାୟତ କାର୍ଯ୍ୟାଳୟରେ ଲଜ୍ୟା ! ନାବାଳିକାକୁ ନାଏବ ସରପଞ୍ଚ ଦୁଷ୍କର୍ମ କରିଥିବା ଅଭିଯୋଗ

ମୋହନା : ପରିସଲ ପଞ୍ଚାୟତ କାର୍ଯ୍ୟାଳୟରେ ଲଜ୍ୟା । ନାଏବ ସରପଞ୍ଚଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ରାମଗିରି ଥାନାରେ ଅଭିଯୋଗ କରିଛନ୍ତି ଦୁଷ୍କର୍ମ ପୀଡ଼ିତଙ୍କ ମାଆ ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ପାଣି ପିଇବାକୁ ଡାକି ନାଏବ୍‌ ସରପଞ୍ଚ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏ ଘଟଣାରେ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Posts