ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା । ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶରୀରରେ ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଅନ୍ୟପଟେ, ଆଜି ପୁଣି ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଯିବ ପୁଲିସର ୫ ଜଣିଆ ଟିମ୍ ।ପତ୍ନୀ, ପରିବାର ସଦସ୍ୟ ଓ ରୋଷେୟାଙ୍କୁ ପୁଣି ଥରେ ପଚରାଉଚରା କରିବା ନେଇ ସୂଚନା ରହିଛି । ଅତିରିକ୍ତ ଡିସିପିଙ୍କ ଅଧିନରେ ତଦନ୍ତ କରୁଛନ୍ତି ୫ ଜଣିଆ ଟିମ୍ । ଟିମରେ ଅଛନ୍ତି ଧଉଳି ଥାନା ଅଧିକାରୀ ଓ ୩ ଜଣିଆ ମହିଳା ଟିମ୍ । ଗତକାଲି ରାତିରେ ପୋଲିସ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ତଦନ୍ତ କରିବା ସହ ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପଚରାଉଚରା କରାଯାଇଛି । ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲକୁ ଫରେନସିକ୍ ଲ୍ୟାବକୁ ପଠାଇଛି ପୋଲିସ ।

ଏହାପୂର୍ବରୁ ମଧ୍ୟ ପୋଲିସ ଟିମ୍ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ପତ୍ନୀ କସ୍ତୁରିବାଳା, ପୁଅ ଓ ରୋଷେୟା, ତାଙ୍କ ସହ ରହୁଥିବା ସଂପର୍କୀୟ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉରା କରିଥିଲେ । ତାଙ୍କ ମାନସିକ ଅଶାନ୍ତିର କାରଣ, କେତେ ଦିନ ହେଲା ସେ ବିବ୍ରତ ଥିଲେ, ମୋବାଇଲ ଫୋନରେ ଥିବା ରହସ୍ୟ ସଂପର୍କରେ ପରିବାର ଲୋକଙ୍କୁ ସେ ସୂଚନା ଦେଇଥିଲେ କି ନାହିଁ, ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସହ ଘଟଣା ଦିନ ରାତିରେ ଘରେ କିଏ କିଏ ଥିଲେ ଆଦି ପ୍ରସଙ୍ଗ ଉପରେ ପଚରାଉଚରା କରିଥିଲା ପୁଲିସ ।

Related Posts