୨୦୨୪ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ୍ ହେବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେବା ନେଇ ନିଜେ ଘୋଷଣା କରିଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଟ୍ରମ୍ପ ସାମିଲ୍ ହୋଇପାରନ୍ତି ବୋଲି କହିଛନ୍ତି।

ଆସନ୍ତା ସପ୍ତାହରେ ମଧ୍ୟକାଳୀନ ନିର୍ବାଚନ ଥିବାରୁ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ଲୋୱାର ସୋଇଉକ୍ସ ସହରରେ ଲୋକଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ‘ ଏଇ ବର୍ଷ ଆମେ ପୁଣିଥରେ ସଂସଦକୁ ଫେରିବୁ। ଆମେ ଶଂସଦ ପୁଣିଥରେ ଆସିବାକୁ ଯାଉଛୁ। ଆମେ ଆମେରିକାରେ ପୁଣିଥରେ କ୍ଷମତାରେ ଆସିବୁ। ଏବଂ ପରେ ୨୦୨୪ରେ ଆମେ ହ୍ୱାଇଟ୍ ହାଉସ୍‌କୁ ଫେରିବୁ।’ ସେ ଆହୁରି ମଧ୍ୟ କହିଛନ୍ତି ‘ମୁଁ ଅତି ସୁନିଶ୍ଚିତ ଯେ ଆମେ ଏପରି କରି ଦେଖାଇବୁ।’

ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିର୍ବାଚନ ପ୍ରଚାରରେ ଜୋରସୋର୍‌ରେ ଲାଗିପଡ଼ିଛନ୍ତି। ଡେମୋକ୍ରେଟିକ ପାର୍ଟି ସପକ୍ଷରେ ସମର୍ଥନ ବଢ଼ାଇବା ପାଇଁ ଜୋ ବାଇଡେନ୍ ଜୋର୍‌ସୋର୍‌ରେ ଉଦ୍ୟମ ଲାଗିପଡ଼ିଛନ୍ତି। ଏନେଇ ନିର୍ବାଚନ ପ୍ରଚାର ବେଳେ ବାଇଡେନ୍ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରିପବ୍ଲିକାନର ନେତା ପରାଜୟକୁ ଗ୍ରହଣ କରି ନପାରି ଗଣତନ୍ତ୍ରକୁ ବିପଦରେ ପକାଇଥିଲେ। କାର୍ଲିଫର୍ଣ୍ଣିଆରେ ଲୋକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ବାଇଡେନ୍।

Related Posts