ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଜାରିହେଲା ହେଲଥ ବୁଲେଟିନ; ଦୁଇ ଗୋଡରେ ମୋଟ ୧୬ଟି କ୍ଷତ, ଭାଙ୍ଗିଛି ଡାହାଣ ଗୋଡ଼

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲିର ଗୁଳିକାଣ୍ଡ ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲଥ ବୁଲେଟିନ ଜାରି କରାଯାଇଛି । ହସ୍ପିଟାଲ ପକ୍ଷରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଇମ୍ରାନ ଖାନଙ୍କ ଦୁଇ ଗୋଡରେ ୧୬ଟି କ୍ଷତ ହୋଇଥିବା ସୂଚନା ଦିଆଯାଇଛି ।

ଗୁଳିକାଣ୍ଡରେ ଇମ୍ରାନଙ୍କ ଡାହାଣ ଗୋଡ଼ ଭାଙ୍ଗି ଥିବା ବେଳେ ବାମ ଗୋଡକୁ ଛୁଇଁ ଯାଇଛି ଗୁଳି । ତେବେ ସ୍ୱତନ୍ତ୍ର ଡାକ୍ତରୀ ଦଳ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚିକିତ୍ସା କରୁଛନ୍ତି । ଇମ୍ରାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଅନ୍ୟପଟେ ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକ୍ଡା ଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୁର୍ଣ୍ଣ ଅଞ୍ଚଳ ସିଲ୍ କରିଦିଆଯାଇଛି । ଲକଡାଉନ ସମୟରେ ଔଷଧ, ଡାକ୍ତରୀ ଚିକିତ୍ସା ପାଇଁ ବାହାରକୁ ବାହାରିବା, ପାନୀୟ ଜଳ ଯୋଗାଣ ଓ ଜରୁରୀ କାଳୀନ ସେବା ଅବ୍ୟାହତ ରହିବ । ତେଣୁ ତା ପୂର୍ବରୁ ରାସନରୁ ନେଇ ମେଡିସିନ୍ ଆଦି ସଂଗ୍ରହ କରିନେବାକୁ କୁହାଯାଇଛି ।

ସେହିଭଳି ନିଜ ନିଜ ଏରିଆ ଗୁଡିକରେ ଏହି ଆଦେଶ ଲାଗୁ କରିବାକୁ ଆଇସିଟି ଇସଲାମାବାଦର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ବିରୋଧୀ ପ୍ରଦର୍ଶନ ବେଳେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ଏବେ ବି ସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ଗୁଳିମାଡ଼ ପଛରେ ତିନି ଜଣ ଥିବା ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ, ପିଟିଆଇ ପକ୍ଷରୁ କୁହାଯାଇଛି । ପିଟିଆଇର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏହି ଗୁଳିକାଣ୍ଡ ପଛରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନଉଲ୍ଲାହା ଓ ଜଣେ ଆର୍ମି ଜେନେରାଲ ମିଆଁ ଅସଲାମ ଇକବାଲ ଥିବା ପିଟିଆଇ ଅଭିଯୋଗ କରିଛି । ଏହାସହ ଏହି ତିନି ଜଣ ତୁରନ୍ତ ନିଜ ପଦ ଛାଡ଼ନ୍ତୁ ବୋଲି ଇମ୍ରାନଙ୍କ ଦଳ ଦାବି କରିଛି ।

Related Posts