ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି ପଚାରନ୍ତୁ ନାହିଁ, ସେ ଯାହା କହୁଛନ୍ତି କେବଳ ନିଜ ପ୍ରଚାର ପାଇଁ: ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ବିଜେପି ଓ ଜେଡିୟୁ ସରକାର ଭାଙ୍ଗି ନୂଆ ମହାଗଠବନ୍ଧନ ସରକାର ଗଠନ ହୋଇଛି। ତେବେ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବି ବିଜେପି ସହ ଯୋଗାଯୋଗରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଅଭିଯୋଗ ଆଣିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଜରିଆରେ ନୀତିଶ ବିଜେପି ସହ ଯୋଗାଯୋଗରେ ଥିବା ପ୍ରଶାନ୍ତ ଅଭିଯୋଗ ଆଣିଛନ୍ତି।

ତେବେ ପିକେଙ୍କ ଏହି ବୟାନ ପରେ ରାଜ୍ୟର ରାଜନୈତିକ ପାଣିପାଗ ଉସ୍ମ ହୋଇଛି। ଏ ସମ୍ପର୍କରେ ନୀତୀଶ କୁମାରଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ ବହୁତ ହାଲକାରେ ଏହି କଥାକୁ ନେଇଛନ୍ତି। ନୀତିଶ କହିଛନ୍ତି ଯେ, ଦୟାକରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି ପଚାରନ୍ତୁନାହିଁ। ସେ ତାଙ୍କ ପ୍ରଚାର ପାଇଁ କହୁଛନ୍ତି। ସେ ଏବେ ଯୁବକ ଅଛନ୍ତି ଯାହା ମନକୁ ଆସୁଛି କହୁଛନ୍ତି। ଆମେ ସେ ସବୁ କୁ ଖାତିର କରୁନା। ସେ ମୋ ଠାରୁ ବୟସରେ ବହୁତ ସାନ ।ଗୋଟେ ସମୟରେ ମୁଁ ତାଙ୍କୁ ସମ୍ମାନ ଜଣାଉଥିଲି। ଯେଉଁମାନଙ୍କୁ ମୁଁ ସମ୍ମାନ ଜଣାଉଥିଲି ସେମାନେ ଏବେ ମୋତେ ଅସମ୍ମାନ କରୁଛନ୍ତି।

ତେବେ ଦୁଇ ଦିନ ପୂର୍ବେ ପ୍ରଶାନ୍ତ କିଶୋର ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଦି ସେମିତି ପରିସ୍ଥିତି ଉପୁଜିବ ତେବେ ନୀତୀଶ ପୁଣିଥରେ ବିଜେପି ସହ ହାତ ମିଳାଇବେ। ଏଭଳି କରିବାକୁ ସେ ବ୍ୟାକୁଳ ଅଛନ୍ତି ବୋଲି ପ୍ରଶାନ୍ତ କହିଥିଲେ।

ବିହାରରେ ପଦଯାତ୍ରାରେ ଥିବା ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶ ସକ୍ରିୟ ଭାବେ ଏକ ଜାତୀୟ ମେଣ୍ଟ ଗଠନ କରିବାକୁ ପ୍ରୟାସ ଚଳାଇଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ଭ୍ରମରେ ଅଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ନୀତୀଶ ଏବେ ବି ବିଜେପି ସହ ଯୋଗାଯୋଗରେ ଅଛନ୍ତି। ନୀତୀଶ ତାଙ୍କ ଦଳର ସାଂସଦ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସଂପର୍କରେ ରହିଛନ୍ତି । ଯେତେବେଳେ ପୁଣି ଏକ ମଉକା ଆସିବ ସେତେବେଳେ ନୀତୀଶ ବିଜେପିକୁ ଫେରିବ‌ା ନିଶ୍ଚିତ ବୋଲି ପ୍ରଶାନ୍ତ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Related Posts