ଅଖିଳେଶଙ୍କ ଭରଷାରେ ରୁହନ୍ତୁ ନାହିଁ ଜୟନ୍ତ ଚୌଧୁରୀ; ନିର୍ବାଚନ ଜିତିଲେ ତମ ସ୍ଥାନରେ ଆଜାମ ଖାନ ରହିବେ: ଅମିତ ଶାହା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠୁଛନ୍ତି । ସେପଟେ ବିଜେପିର ପଶ୍ଚିମ ଉତ୍ତରପ୍ରଦେଶର ପ୍ରଚାର ଦାୟିତ୍ୱ ଗୃହମନ୍ତ୍ରୀ ଅମିତ ଶାହା ନିଜ ମୁଣ୍ଡ ଉପରକୁ ନେଇଛନ୍ତି । ଏସବୁ ମଧ୍ୟରେ ସେ ଆଜି ଅନୁପଶହରରେ ଏକ ଜନସଭା ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଦାବି କରିଛନ୍ତି ଯେ ୨୦୨୨ ମସିହାରେ ଯୋଗୀ ଆଦିତ୍ୟନାଥ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ୟୁପିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେପଟେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆକ୍ରମଣ କରି ଅମିତ ଶାହା କହିଛନ୍ତି ଯେ ସେ ଲୋକଙ୍କ ମଧ୍ୟରେ ଯାଆନ୍ତି ନାହିଁ ଏବଂ କେବଳ ସାମ୍ବାଦିକ ସମ୍ମିଳନୀ କରିଥାନ୍ତି । ନିକଟରେ ସେ ଜୟନ୍ତ ଚୌଧୁରୀଙ୍କ ତାଙ୍କ ପାଖରେ ବସିଥିଲେ। ହେଲେ ତାଙ୍କ ଦଳର ସରକାର ଗଠନ ହେବ ନାହିଁ । କିନ୍ତୁ ଜୟନ୍ତ ବାବୁ ଭାବୁଛନ୍ତି ଯଦି ତାଙ୍କ ସରକାର ଗଠନ ହୁଏ ତାହାଲେ ଅଖିଳେଶ ଯାଦବ ତାଙ୍କ କଥା ଶୁଣିବେ ।

ଆରେ ଜୟନ୍ତ ବାବୁ, ତୁମେ କେଉଁ ମନୋଭାବରେ ଅଛ ? ଯିଏ ତାଙ୍କ ମାମୁଁ ଏବଂ ପିତାଙ୍କ କଥା ଶୁଣନ୍ତି ନାହିଁ, ସେ ତୁମ କଥା କ’ଣ ଶୁଣିବେ? ଯଦି ଏସପି ସରକାର ଗଠନ ହୁଏ ତେବେ ଜୟନ୍ତ ଜୀ ଚାଲିଯିବେ ଏବଂ ଆଜାମ ଖାନ ଫେରି ଆସିବେ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । କେବଳ ଏତିକି ନୁହେଁ ବରଂ ପୂର୍ବରୁ ପଶ୍ଚିମ ୟୁପିରେ ମାଫିଆମାନଙ୍କର ରାଜ ଚାଲୁଥିଲା । ହେଲେ ବର୍ତ୍ତମାନ ମୁଁ ପଚାରିବାକୁ ଚାହେଁ ପଶ୍ଚିମ ୟୁପିରେ କୌଣସି ମାଫିଆ କୌଣସି ଭଉଣୀ- ଝିଅକୁ ହଇରାଣ କରିବାକୁ ସାହସ କରିଛନ୍ତି କି? ଗତ ୫ ବର୍ଷ ମଧ୍ୟରେ ମାଫିଆମାନେ ରାଜ୍ୟ ଛାଡ଼ି ପଳାଇଛନ୍ତି । କିଛି ମାଫିଆ ଜେଲରେ ଅଛନ୍ତି ଆଉ କିଛି ମାଫିଆ ଅଖିଳେଶ ଯାଦବଙ୍କ ପ୍ରାର୍ଥୀ ତାଲିକାରେ ଅଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି ।

Related Posts