ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟାଙ୍କ୍‌ ମ୍ୟାନେଜରଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା କାଶ୍ମୀର ଫ୍ରିଡମ ଫାଇଟର । କେବଳ ଏତିକି ନୁହେଁ କଶ୍ମୀର ଫ୍ରିଡମ ଫାଇଟର ଏକ ଚିଠି ଜାରି କରି ଚେତାବନୀ ମଧ୍ୟ ଦେଇଛି। ଆତଙ୍କବାଦୀ ସଂଗଠନ କହିଛି ଯେ କଶ୍ମୀରର ଜନସଂଖ୍ୟା ବୈଷିଷ୍ଟ୍ୟରେ ଯିଏ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ, ତା’ର ଅବସ୍ଥା ବ୍ୟାଙ୍କ୍‌ ମ୍ୟାନେଜର ଭଳି ହେବ। କଶ୍ମୀର ଫ୍ରିଡମ ଫାଇଟର ହତ୍ୟା ପାଇଁ ନିଜକୁ ଦାୟୀ କରିବା ସହ ଏକ ଚିଠିରେ ଲେଖିଛି ଯେ, ମୋଦୀଙ୍କ ନେତୃତ୍ୱାଧୀନ ସରକାର ସେମାନଙ୍କୁ ଏଠାରେ ସ୍ଥାୟୀ କରିବେ ବୋଲି ଭ୍ରମରେ ରହୁଥିବା ସେହି ବାହାର ଲୋକଙ୍କ ପାଇଁ ଏହା ଏକ ଚେତାବନୀ।

ବର୍ତ୍ତମାନ ବାହାର ଲୋକମାନେ ବାସ୍ତବତାକୁ ବୁଝିବା ଉଚିତ୍ ଯେ ଏଠାରେ ସ୍ଥାୟୀ ବାସିନ୍ଦ ହେବା ପାଇଁ ସେମାନଙ୍କୁ ନିଜର ଜୀବନ ଦେବାକୁ ପଡିବ। ଯେମିତି ବିଳମ୍ବ ନକର। ଆଗାମୀ ନମ୍ବର ଆପଣଙ୍କର ବି ହୋଇପାରେ। ସେପଟେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯିବା ପରେ ରେକଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରି କହିଥିଲା ଯେ, ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ମୋହନପୋରା ଅଞ୍ଚଳର ଆରେସ୍ଥିତ ‘ଏଲ୍ଲାକ୍ବାଇ ଦେହାତି ବ୍ୟାଙ୍କ୍‌’ରେ କାର୍ୟ୍ୟ କରୁଥିବା ବିଜୟ କୁମାର ନାମରେ ଜଣେ ବ୍ୟକ୍ତିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଚିକିତ୍ସା ନିମନ୍ତେ ରାଜସ୍ଥାନର ହନୁମାନଗଡ଼ବାସୀ କୁମାରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।