କରୋନା କାଳରେ ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଙ୍କଟ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ମଧ୍ୟରେ ଆମ୍ବୁଲାନ୍ସ ଗାଡିକ ଅତ୍ୟଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର କିଲୋମିଟର ପିଛା ଘରୋଇ ଆମ୍ବୁଲାନ୍ସ ଗୁଡିକର ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ , ଛୋଟ ଆମ୍ବୁଲାନ୍ସ ( ଗାଡ଼ିର ମୂଲ୍ୟ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ଯେପରିକି ମାରୁତି ଓମନି, ଟାଟା ମ୍ୟାଜିକ ଭଳି ଗାଡିରେ ୧୦ କିମି ଗଲେ ୭୫୦ ଟଙ୍କା ଦେବାକୁ ପଡିବ । ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ୍ (ବିଏଲଏସ) ଥିବା ଛୋଟ ଆମ୍ବୁଲାନ୍ସରେ ଗଲେ ୧୦ କିଲୋମିଟର ପାଇଁ ସର୍ବାଧିକ ୧୦୦୦ଟଙ୍କା ନିର୍ଦ୍ଧାରଣ କରାଯ଼ାଇଛି । ଏହାବ୍ୟତୀତ ବୋଲେରୋ ଭଳି ଆମ୍ବୁଲାନ୍ସ (ଗାଡ଼ିର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା) ହୋଇଥିଲେ ୧୦ କିମି ଗଲେ ୧୦୦୦ଟଙ୍କା ଦେବାକୁ ପଡିବ । ଆଉ ଏଥିରେ ଯଦି ଲାଇଫ୍ ସପୋର୍ଟ ସିଷ୍ଟମ୍ ଥାଏ ତେବେ ୧୫୦୦ ଟଙ୍କା ଭଡା ଦେବାକୁ ପଡିବ । ସେହିପରି ଟାଟା ଓ୍ବିଙ୍ଗର, ଫୋର୍ସ ଟ୍ରାଭେଲର ଭଳି ବଡ ଗାଡି ଆମ୍ବୁଲାନ୍ସ ପାଇଁ ୧୦ କିମିକୁ ୧୨୫୦ ଟଙ୍କା ଭଡା ଦେବାକୁ ପଡିବ । ଏବଂ ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ୍ (ବିଏଲଏସ) ଦର ସର୍ବାଧିକ ୨୦୦୦ ଟଙ୍କା ଓ ଆଡଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ୍ ଥିଲେ ସେଥିରେ ୩୦୦୦ ଟଙ୍କା ଭଡା ଲାଗିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Posts