ବେଙ୍ଗଲ ହାଇଡ୍ରାମାରେ ଯବନିକା : ନାରଦ ଲାଞ୍ଚ ମାମଲାରେ ଟିଏମସିର ୨ ମନ୍ତ୍ରୀଙ୍କ ସମେତ ୪ ନେତାଙ୍କୁ ମିଳିଲା ଜାମିନ

(ସତ୍ୟପାଠ ବ୍ୟୁରୋ ) ଭୁବନେଶ୍ୱର : ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ସରକାରରେ ଦୁଇଜଣ ମନ୍ତ୍ରୀ- ଫିର୍‌ହାଦ୍‌ ହକିମ , ସୁବ୍ରତ ମୁଖାର୍ଜୀ ଓ ଦୁଇ ବରିଷ୍ଠ ନେତାଙ୍କୁ ସିଵିଆଇ ଗରିଫକୁ ନେଇ ଦିନ ତମାମ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷରେ ଏହି ନାଟକୀୟ ଘଟଣାରେ ଯବନିକା ପଡିଛି, ସମସ୍ତ ୪ ନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସିବିଆଇ ସ୍ପେଶାଲ କୋର୍ଟ । ଏହି ଗିରଫ ମାମଲାରେ ସିବିଆଇ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ​​ଏବଂ ଟିଏମସି ନେତାଙ୍କ ଗିରଫଦାରୀକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି” ମୋତେ ବି ଗିରଫ କର “ବୋଲି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ । ସିବିଆଇ କାର୍ଯ୍ୟାଳୟରେ ୬ଘଣ୍ଟା ଧାରଣା ଦେବା ପରେ ଦିଦି ଫେରିଥିଲେ । ଆଉ ଫେରିବା ସମୟରେ ସେ କହିଛନ୍ତି ଯେ, ଅଦାଲତ ଏହାର ନିଷ୍ପତ୍ତି ନେବ। ସୂଚନା ଅନୁଯାୟୀ , ‘ସିବିଆଇ’ ଟିମ୍‌ ଆଜି ସକାଳେ ହଠାତ୍‌ ସିବିଆଇ ଏକସଙ୍ଗରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ବରିଷ୍ଠ ନେତାଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ନେବା ପରେ ଗିରଫ କରିଥିଲା। ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍‌ ବାହାରେ ରୁଣ୍ଡ ହୋଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ପହଞ୍ଚିଥିଲେ । ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଓକିଲ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସରେ ପହଞ୍ଚିଥିଲେ। ଏହି ଖବର ପାଇ ଟିଏମସି ସମର୍ଥକ ମାନେ ସିବିଆଇ ଅଫିସ ବାହାରେ ହଙ୍ଗାମା କରିବା ସହ ଢେଲା ପଥର ମାଡ଼ ​କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ସିଆରପିଏଫ୍ ମୁତୟନ କରାଯାଇଥିଲା। ପ୍ରାୟ ୭ ଘଣ୍ଟା ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି ।

Related Posts