କରୋନା କାଳରେ ରାକ୍ଷସ ସାଜିଲେ ଦୁଇ ଆମ୍ବୁଲାନ୍ସ ଡ୍ରାଇଭର, ଖାଦ୍ୟ ଦେବା ନାମରେ ମହିଳାଙ୍କୁ ବଳାତ୍କାର କରି ରାସ୍ତାରେ ଛାଡ଼ିଦେଲେ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ରାଜସ୍ଥାନରୁ ଏକ ଛାତିିଥରା ଘଟଣା ସାମ୍ନାକୁ ଆସିଛି । ତେବେ ଖାଦ୍ୟ କିଣିବା ପାଇଁ ଟଙ୍କା ମାଗୁଥିବା ବେଳେ ଜଣେ ମହିଳାଙ୍କୁ ଦୁଇ ଜଣ ଆମ୍ବୁଲାନ୍ସ ଡ୍ରାଇଭର ବଳାତ୍କାର କରିଛନ୍ତି । ଏନେଇ ମହିଳା ଜଣଙ୍କ ମୋତି ଡୁଙ୍ଗ୍ରି ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସାରା ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । କାହା ପାଖରେ ହସ୍ପିଟାଲରେ ଭତ୍ତି ହେବା ପାଇଁ ସମ୍ବଳ ନାହିଁ ତ ଆଉ କାହା ପାଖରେ ଖାଦ୍ୟର ଘୋର ଅଭାବ ଦେଖାଦେଉଛି । ତେବେ ରାଜସ୍ଥାନର ଜୟପୁର ଠାରେ ଜଣେ ମହିଳା ଖାଦ୍ୟ ପାଇଁ ଭିକ୍ଷବୃତି କରୁଥିଲେ । ଠିକ୍ ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭରକୁ ଦେଖି ମହିଳା ଜଣଙ୍କ ଆଶା ନେଇ ତାଙ୍କ ପାଖକୁ ଖାଦ୍ୟ କିଣିବା ପାଇଁ ଟଙ୍କା ମାଗିଥିଲେ । କିଏ ଜାଣିଥିଲା ଏପରି କରିବା ଦ୍ୱାରା ମହିଳା ଜଣଙ୍କୁ ବିପଦକୁ ଟାଣି ନେବ । ଏହା ପରେ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ତାଙ୍କୁ ଆମ୍ବୁଲାନ୍ସ ପାଖକୁ ଡାକିଥିଲେ । ଏହାର କିଛି ସମୟ ପରେ ଡ୍ରାଇଭର ଜଣଙ୍କ ତାଙ୍କର ଆଉ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବନ୍ଧୁଙ୍କୁ ଡାକିଥିଲେ । ଅନ୍ୟପଟେ ମହିଳା ଜଣଙ୍କ ଭରସା କରି ତାଙ୍କ କଥାରେ ଆମ୍ବୁଲାନ୍ସ ଭିତରକୁ ଯାଇଥିଲେ। ଠିକ୍ ଏହି ସମୟରେ ମଣିଷ ରୂପୀ ଦୁଇ ରା‌‌କ୍ଷସ ତାଙ୍କୁ ବଳାତ୍କାର କରିଥିଲେ ଏବଂ ତାଙ୍କୁ ରାସ୍ତାରେ ଛାଡି ପଳାଇଥିଲେ । ଘଟଣା ପରେ ମହିଳା ଜଣକ ମୋତି ଡୁଙ୍ଗ୍ରି ପୁଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଥିଲା ।

Related Posts