ମାସ୍କ ପିନ୍ଧି ନ ଥିବାରୁ ହାତ ଓ ଗୋଡ଼ରେ କଣ୍ଟା ବାଡେଇଲା ସୁରକ୍ଷା ଗାର୍ଡ, ଅଭିଯୋଗକୁ ପୋଲିସର ଅସ୍ବୀକାର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିନକୁ ଦିନ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ପ୍ରଶାସନ ତତ୍ପରତା ଦେଖାଇ ବିଭିନ୍ନ ଯାଗାରେ ମାସ୍କ ଚେକିଂ ଆରମ୍ଭ କରିଛି । ତେବେ ଉତ୍ତରପ୍ରଦେଶର ବରେଲିରେ ମାସ୍କ ଚେକିଂ ହେଉଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ ବିନା ମାସ୍କରେ ଧରିବା ପରେ ଉତ୍ତରପ୍ରଦେଶ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କ ହାତ ଓ ଗୋଡର ନଖରେ କଣ୍ଟା ବାଡେଇବା ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅପରିପକ୍ଷେ ଉତ୍ତରପ୍ରଦେଶ ପୁଲିସ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିଛି ।

ତେବେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ମେ ୨୪ ତାରିଖରେ ପୁଲିସ ସହ ଅସଦାଚରଣ କରି ଦୌଡ଼ି ପଳାଇଥିବାର ଅଭିଯୋଗ କରିଛି ଉତ୍ତରପ୍ରଦେଶ ପୁଲିସ । କେବଳ ଏତିକି ନୁହେଁ ବରଂ ସଂପୃକ୍ତ ବ୍ୟକ୍ତି ଜଣଙ୍କ ନାମରେ ଅନେକ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତେବେ ବ୍ୟକ୍ତି ଜଣଙ୍କ ନିଜକୁ ବଞ୍ଚାଇବା ପାଇଁ ଏପରି ବୟାନ ଦେଉଛନ୍ତି ବୋଲି ପୁଲିସ ପାଲଟା ଅଭିଯୋଗ କରିଛି । ତେବେ ଏପରି ଘଟିବା କିଛି ନୂଆଁ କଥା ନୁହେଁ ଏହା ପୂର୍ବରୁ ଅନେକ ଏଭଳି ଘଟଣା ସାମ୍ନାକୁ ଆସୁଛି । ତାହାଲେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଘଟିଥିବା ଘଟଣାର ସତ୍ୟତା କଣ ତାହା ଦେଖିବାର ବାକି ରହିଲା ।

Related Posts