ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଯାତ୍ରାରେ ଦୁଇ ଦେଶ ମଧ୍ୟରେ ୬ଟି ରାଜିନାମା ସ୍ଵାକ୍ଷରିତ

ନୂଆଦିଲ୍ଲୀ: ଆଜି ନେପାଳ ଗସ୍ତ ସାରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ଦୁଇ ଦେଶର ସଂପର୍କ ଆହୁରି ନିବିଡ ହୋଇଛି । ଭାରତ ଏବଂ ନେପାଳ ମଧ୍ୟରେ ବିଦ୍ୟୁତ କାରବାର ନେଇ ରାଜିନାମା ହୋଇଛି। ଏହାରି ଆଧାରରେ ଦୁଇ ଦେଶ ମିଶି ୬୯୫ ମେଗାଓ୍ଵାଟ ହାଇଡ୍ରୋପାଓ୍ଵାର ପ୍ଲାଣ୍ଟ ନିର୍ମାଣ କରିବେ। ଭାରତ ନେପାଳରେ ହାଇଡ୍ରୋପାଓ୍ଵାର ପ୍ଲାଣ୍ଟ ବ୍ୟତୀତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ଅରବ ଡଲାର ଖର୍ଚ୍ଚ କରୁଛି।ନେପାଳରେ ଚୀନର ବଢୁଥିବା ଗତିବିଧି ମଧ୍ୟରେ ଭାରତର ଏମିତି ପଦକ୍ଷେପ ଦୁଇ ଦେଶର ସଂପର୍କ ଆହୁରି ମଜବୁତ ହୋଇପାରେ।

ଏହା ବାଦ୍ ନେପାଳରେ ଭାରତର ପ୍ରଭାବ ମଧ୍ୟ ବଢିପାରେ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଯାତ୍ରାରେ ଦୁଇ ଦେଶ ମଧ୍ୟରେ ୬ଟି ରାଜିନାମା ସ୍ଵାକ୍ଷରିତ ହୋଇଛି।

ନେପାଳ ବିଦ୍ୟୁତ୍ ପ୍ରାଧୀକରଣର ମନ୍ତ୍ରଣାଳୟର ମୁଖପାତ୍ର ସୁରେଶ ବହାଦୂର ଭଟ୍ଟରାଇଙ୍କ ଅନୁଯାୟୀ, ଭାରତର ସତଲେଜ ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ନେପାଳ ସରକାରଙ୍କ ବିଜୁଳି କମ୍ପାନୀ ନେପାଳ ବିଦ୍ୟୁତ ପ୍ରାଧୀକରଣ(ଏନଇଏ) ଦ୍ଵାରା ନେପାଳର ପୂର୍ବରେ ଅରୁଣ ନଦୀ ଉପରେ ମିଳିତ ଭାବେ ୫୧ ପ୍ରତିଶତ ଏବଂ ୪୯ ପ୍ରତିଶତ ଅନୁପାତରେ ହାଇଡ୍ରୋପାଓ୍ଵାର ପ୍ଲାଣ୍ଟ ନିର୍ମାଣ କାରଯିବ।

ନ୍ୟୁଜ୍ ଏଜେନ୍ସି ରୟଟର୍ସ ମୁତାବକ ଏହି ପ୍ରକଳ୍ପରେ ନେପାଳକୁ ମାଗଣାରେ ୧୫୨ ମେଗାଓ୍ଵାଟ ବିଜୁଳି ମିଳିବ। ବାକି ଦୁଇ କମ୍ପାନୀ ମଧ୍ୟରେ ୫୧ ପ୍ରତିଶତ ଏବଂ ୪୯ ଆଧାରରେ ବିଜୁଳି ଆବଣ୍ଟନ କରାଯିବ। ନେପାଳରେ ମୋଟ୍ ୮୨୫୦ ମେଗାଓ୍ଵାଟ ବିଜୁଳି ଉତ୍ପାଦନ କରାଯିବାର ଯୋଜନା ରହିଛି। ରାଜିନାମା ଅନୁଯାୟୀ, ନେପାଳ ଭାରତକୁ ଅତିରିକ୍ତ ଉର୍ଜା ରପ୍ତାନୀରେ ସାହାଯ୍ୟ କରିବ। ନେପାଳରେ ମୋଟ୍ ୪୨୦୦୦ ମେଗାଓ୍ଵାଟ ଜଳବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଛି।

Related Posts