ନେପାଳରେ ଭୂକମ୍ପ ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା ୫.୧

କାଠମାଣ୍ଡୁ : ଥରିଲା ନେପାଳ । ବୁଧବାର ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି( ଏନସିଏସ୍) ଅନୁସାରେ ରାଜଧାନୀ କାଠମାଣ୍ଡୁର ପୂର୍ବ ଦିଗରେ ପ୍ରାୟ ୫୩ କିଲୋମିଟର ଦୂରରେ ଭୂମିକମ୍ପର ଉତ୍ପତିସ୍ଥଳ ଥିଲା।

ମଧ୍ୟାହ୍ନ ପ୍ରାୟ ୨ଟା ୫୨ ମିନିଟରେ ଅନୁଭୂତ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୧ଥିଲା। ତେବେ ଭୂମିକମ୍ପ ଯୋଗୁ କେଉଁଠାରେ କିଛି କ୍ଷୟକ୍ଷତିର ସୂଚନା ମିଳି ନାହିଁ।

ଏହା ପୂର୍ବରୁ ଗତ ଜୁଲାଇ ମାସରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା। ସେତେବେଳେ କାଠମାଣ୍ଡରୁ ୧୪୭ କିଲୋମିଟର ଦୂରରେ କମ୍ପନର ଉତ୍ପତି ସ୍ଥଳ ଥିଲା। ଏନଇଏମଆରସି ଖୋଟାଙ୍ଗ ଜିଲ୍ଲା ମାରତିମ ବିରତାରେ ଭୂମିକମ୍ପର ଉତ୍ପତିସ୍ଥଳ ଥିଲା ବୋଲି କହିଥିଲେ। ଏହା ପୂର୍ବରୁ ଭାରତର କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ମପା ଯାଇଥିଲା

Related Posts