ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଏହାସହ ଆଜି ଜଗବନ୍ଧୁଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ପୁଣିଥରେ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ୫ ଦିନ ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି। ଏହାପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି । ଏହି ମାମଲାରେ ଏଯାବତ୍ ୩ ଜଣଙ୍କୁ ଇଡି ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି କୁହାଯାଉଛି ।

ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ଚେହେରାଙ୍କ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । କିନ୍ତୁ ଏଯାବତ୍ ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରୁନଥିବା ନେଇ କୋର୍ଟରେ କହିଥିଲେ ଇଡିର ଅଧିକାରୀ । କିନ୍ତୁ ଗଣମାଧ୍ୟମରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଥିଲେ । ସେ ନିର୍ଦ୍ଦୋଷ ଓ ତାଙ୍କୁ ଫଶାଯାଉଛି, ସମୟ ଦେଲେ ସେ ସବୁକିଛି କହିବି । ଯାହା ଓଡ଼ିଶା ରାଜନୀତିକୁ ପରିବର୍ତ୍ତନ କରିଦେବ ବୋଲି କହିଥିଲେ ଅର୍ଚ୍ଚନା ।