ବାରିମୂଳ ଆଶ୍ରମରେ ଇଡି

ସତ୍ୟପାଠ ବ୍ୟୁରୋ : ସନ୍ତୋଷ ରାଉଳ ଜେଲରୁ ମୁକୁଳିବା ପରେ ବି ଥମୁନି ବିବାଦ । କେନ୍ଦ୍ରାପଡା ବାରିମୂଳ ଆଶ୍ରମରେ ଇଡି ନୋଟିସ୍ ଲାଗିଛି । ଏହାସହ ସନ୍ତୋଷର ଗତିବିଧୀ ଉପରେ କ୍ରାଇମବ୍ରାଂଚ ନଜର ରଖିଛି ।

ନିଜକୁ ସାରଥୀ ବାବା କହି କେନ୍ଦ୍ରାପଡା ବାରିମୂଳରେ ବିଳାଶମୟ ଆଶ୍ରମ ନିର୍ମାଣ କରିଥିଲା ସନ୍ତୋଷ । ତେବେ ଏହି ଆଶ୍ରମରେ ଇଡିର ୪ଜଣିଆ ଟିମ ପହଂଚିଛନ୍ତି । ଆଶ୍ରମକୁ ଅନିଧିକୃତ ପ୍ରବେଶ ବାରଣ ନେଇ ଇଡି ପକ୍ଷରୁ ନୋଟିସ୍ ଲାଗିଛି । ଇଡି ସହ କ୍ରାଇମବ୍ରାଂଚ ବି ସନ୍ତୋଷକୁ ସ୍କାନରରେ ରଖିଛି । ହାଇକୋର୍ଟଙ୍କ ସର୍ତ୍ତ ଉଲ୍ଲଂଘନ ହେଲେ ଦାୟିତ୍ୱରେ ଥିବା ଅଧିକାରୀ କୋର୍ଟଙ୍କ ପରାମର୍ଶରେ ପଦକ୍ଷେପେ ନେବେ ।

କୋର୍ଟଙ୍କ ସର୍ତ୍ତ ମୂତାବକ, କୋର୍ଟଙ୍କ ବିନା ଅନୁମତିରେ ସେ ସହର ବାହାରକୁ ଯାଇ ପାରିବେ ନାହିଁ କିମ୍ବା ସଭା ସମିତି କରି ପାରିବେ ନାହିଁ । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରରେ ତାଙ୍କୁ ଜାମିନ ମିଳିଥିଲା । ୨୦୧୫ ଅଗଷ୍ଟ ୭ରେ ସେ ଗିରଫ ହୋଇଥିଲେ ।

Related Posts