ନୟାଗଡ଼ରେ ନିର୍ବାଚନୀ ହିଂସା: ମତଦାନ ପୂର୍ବରୁ ବଡ଼ବୋଦସା ଗାଁରେ ବୋମା ମାଡ଼, ଉଡିଗଲା ଜଣେ ଯୁବକଙ୍କ ମୁଣ୍ଡ

ଆସନ୍ତାକାଲି ନୟାଗଡ଼ରେ ପଞ୍ଚାୟତ ନିର୍ବାଚନ ଲାଗି ହେବ ମତଦାନ । ତେବେ ମତଦାନ ପୂର୍ବରୁ ଅଶାନ୍ତ ହୋଇପଡିଛି ଗାଁ ଦାଣ୍ଡ । ବୋମା ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଉଛି । ଖଣ୍ଡ ବିଖଣ୍ଡିତ ମର ଶରୀର ଗାଁ ଦାଣ୍ଡରେ ପଡ଼ିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁର ଶ୍ୟାମ ତାରେଣିଆଙ୍କ ୩୩ ବର୍ଷୀୟ ପୁଅ ପ୍ରଶାନ୍ତ ଆଜି ରାତି ପ୍ରାୟ ୮ଟା ବେଳେ ତାରେଣିଆ ଗାଁ ଦେଇ ବାଇକ ଚଲାଇ ଯାଉଥିଲେ। ଠିକ୍‌ ସେହି ସମୟରେ ବେଳେ ତାଙ୍କ ଉପରେ ବୋମା ମାଡ଼ ହୋଇଥିଲା। ଜଣେ ବ୍ୟକ୍ତି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ବୋମା ମାଡ଼ରେ ପ୍ରଶାନ୍ତଙ୍କ ମୁଣ୍ଡ ଉଡ଼ି ଯାଇଛି। ଆସନ୍ତା କାଲି ଖଣ୍ଡପଡା ନିର୍ବାଚନମଣ୍ଡଳୀରେ ମତଦାନ ଥିବା ବେଳେ ଆଜି ସନ୍ଧ୍ୟା ବେଳେ ବୋମାମାଡ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ଖଣ୍ଡପଡା ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Related Posts