କେନ୍ଦ୍ରାପଡାରେ ଏନକାଉଣ୍ଟର : ମେହେତାବ ଜଖମ

ସତ୍ୟପାଠ ବ୍ୟୁରୋ : କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର ହୋଇଛି । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ସେକ୍ ମେହେତାବ ଆହତ ହୋଇଛି । ମେହେତାବର ଗୋଡରେ ବାଜିଛି ଗୁଳି । କେନ୍ଦ୍ରାପଡା – ଗଣ୍ଡାଖିଆ ରାସ୍ତାର ଏରା ଠାରେ ମଙ୍ଗଳବାର ଭୋରୁ ଏହି ଏନକାଉଣ୍ଟର ହୋଇଛି ।

ସୂଚନା ଅନୁସାରେ, ମେହେତାବ କେନ୍ଦ୍ରାପଡା ଟାଉନକୁ ଆସୁଥିବା ଖବର ପାଇଥିଲା ସ୍ପେଷାଲ ସ୍କ୍ୱାର୍ଡ । ପରେ ପୁଲିସ ଓ ସ୍ପେଷାଲ ସ୍କ୍ୱାର୍ଡ ମିଳିତ ଭାବେ ମେହେତାବକୁ ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଲିସ ଉପରକୁ ୪ରାଉଣ୍ଡ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ ମେହେତାବ ଓ ତାର ଜଣେ ସହଯୋଗୀ । ଫଳରେ ପୁଲିସ ପାଲଟା ଫାୟାରିଂ କରିଥିଲା । ମେହେତାବର ଦୁଇ ଆଣଣ୍ଠୁରେ ଗୁଳି ବାଜିଛି । ସେ ଜଖମ ହେବା ସହ ତାକୁ ପୁଲିସ ଗିରଫ କରିଛି । ତାର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି ।

ମେହେତାବ ନିକଟରୁ ପୁଲିସ ଗୋଟିଏ ୯ଏମଏମ ପିସ୍ତଲ, ୯ହଜାର ଟଙ୍କା, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି । ବହୁ ଚର୍ଚ୍ଚିିତ କେନ୍ଦ୍ରାପଡା ତିନି ମୁହାଣୀ ବାବୁଲି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ସେକ୍ ମେହେତାବ ।

Related Posts