ପିସି ମାଗୁଛନ୍ତି ପଞ୍ଚାୟତ ଅଧିକାରୀ !

ସତ୍ୟପାଠ ବ୍ୟୁରୋ : ପିସିର ଫାଶରେ ପେସି ହେଉଛନ୍ତି ହିତାଧିକାରୀ । ସରକାରୀ ଅଧିକାରୀଙ୍କ ପିସି ନଦେଲେ ଆବାସ ଯୋଜନାରେ ନାଁ ସାମିଲ ହେଉନି । ଏଭଳି ଅଭିଯୋଗ ଆସିଛି ପାଲଲହଡା ବ୍ଲକ ଚଷାଗୁରୁଜାଙ୍ଗ ପଞ୍ଚାୟତ ସିଡିଂ ଗାଁରୁ ।

ଗାଁରେ ବସିବାସ କରନ୍ତି ପ୍ରାୟ ୨୦ଟି ପରିବାର । ରେଙ୍ଗାଳୀ ନଦୀରୁ ମାଛ ମାରି ପେଟ ପୋଷନ୍ତି ଏମାନେ । କିନ୍ତୁ ଏମାନଙ୍କ ପାଖରେ ଆଜି ବି ପହଂଚି ପାରିନି ସରକାରୀ ମୌଳିକ ସୁବିଧା । ଗରୀବ ହିତାଧିକାରୀମାନଙ୍କୁ ଆଜି ଯାଏ ଆବାସ ଯୋଜନାରେ ସାମିଲ କରିବାରେ ଫେଲ ମାରିଛି ପ୍ରଶାସନ । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ହେଲେ କୁଆଡେ ହଜାର ହଜାର ଟଙ୍କା ପିସି ଦେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଏଭଳି ସଂଗୀନ ଅଭିଯୋଗ ଆସିଛି ପଂଚାୟତ ଭିଏଲଡବ୍ଲ୍ୟୁ ରାକେଶ ବେହେରାଙ୍କ ନାଁରେ । ଗରୀବ ଲୋକଟିଏ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ଅନେଇ ବସିଥିବା ବେଳେ ବାବୁ କୁଆଡେ ପିସି ନନେଲେ କାମ କରିବେନି ବୋଲି କହୁଛନ୍ତି । ତେବେ ଶ୍ରୀଯୁକ୍ତ ବେହେରା ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି ବିଡିଓ ।

Related Posts