ସେନା-ଆତଙ୍କବାଦୀ ଗୁଳି ବିନିମୟ: ପାଞ୍ଚ ଯବାନ ସହିଦ୍‌, ଦୁଇ ଆତଙ୍କବାଦୀ ନିପାତ୍

ଶ୍ରୀନଗର: କୁପାୱାଡ଼ା ଜିଲ୍ଲାରେ ଶେଷ ହୋଇଛି ସେନା ଆତଙ୍କବାଦୀ ଗୁଳି ବିନିମିୟ । ଏଥିରେ 2 ଆତଙ୍କବାଦୀ ନିପାତ ହୋଇଛନ୍ତି । କଶ୍ମୀର ଏସପି ଏହି ସୂଚନା ଦେଇଛନ୍ତି । ପାଖାପାଖି ଷାଠିଏ ଘଣ୍ଟା ଧରି ଏହି ଗୁଳିବିନିମିୟ ଜାରି ରହିଥିଲା । ଏଥିରେ ପାଞ୍ଚ ଜଣ ଯବାନ ସହିଦ୍‌ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ ସିଆରପିଫ୍ ଯବାନ ଏବଂ ଦୁଇ ଜଣ ଜମ୍ମୁ-କଶ୍ମୀରର ପୁଲିସ୍‌ କର୍ମୀ ଅଛନ୍ତି । ପାଖାପାଖି ଦୀର୍ଘ ଷାଠିଏ ଘଣ୍ଟା ହେବ ଏହି ଗୁଳି ବିନିମିୟ ଜାରି ରହିଛି । ସୂଚନା ରହିଛି କି ଜଣେ ଆତଙ୍କବାଦୀ ଟଳିପଡିଥିଲା ବୋଲି ଭାବିଥିଲେ । ହେଲେ ହଠାତ୍ ଉଠି ଏକ ଭଙ୍ଗା ଘର ଭିତରେ ପଶି ଆଖିବୁଜା ଗୁଳି ଚାଳାଇଥିଲା ।

ପୁଲଓ୍ବାମା ଆକ୍ରମଣ ପରେ ସପ୍ତାହକ ମଧ୍ୟରେ ପାକିସ୍ତାନ ଷାଠିଏ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି । ଗତକାଲି (ମାର୍ଚ୍ଚ ଦୁଇ)ରେ ଏଥିରେ ଚାରି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

Related Posts