
ସତ୍ୟପାଠ : ଗତ ମାର୍ଚ୍ଚ ୮ତାରିଖ ଦିନ ଦେଶର ଏକ ଲୋକପ୍ରିୟ ଡିଜିଟାଲ ଚ୍ୟାନେଲ ଦ ଲଲନଟପ୍ ରେ ନବୀନଙ୍କ ବାବୁଙ୍କ ବାବଦରେ ଏକ କାର୍ଯ୍ୟକ୍ରମ ଏବେ ଭାଇରାଲ ହେଉଛି । ଏହି ଏପିସୋଡର ନାଁ ହେଉଛି ନେତା ଓ ନଗରୀ । ମଜାଦାର କଥାହେଲା ଏହି ଶୋ ରେ ଭାରତର ଜଣାଶୁଣା ବରିଷ୍ଠ ପତ୍ରକାର ରାଜଦୀପ ସରଦେଶାଇଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ କିଛି ରୋଚକ ବୟାନ । ଜଣେ ରାଜନୈତିକ ବିଶ୍ଳେଷକ ଓ ନିର୍ବାଚନୀ ରିପୋଟିଙ୍ଗ୍ ରେ ଦକ୍ଷତାକୁ ନେଇ ରାଜଦୀପଙ୍କର ଯଥେଷ୍ଠ ସୁନାମ ଅଛି । ତା ଛଡା ରାଜଦୀପଙ୍କର ପତ୍ରକାରିତାର କ୍ୟାରିୟରକୁ ଦେଖିଲେ ଗୋଟିଏ କଥାରେ ଯେ କେହି ବି ରାଜିହେବ ଯେ ସରଦେଶାଇ ଅନାବଶ୍ୟକ ଓ ଭିତ୍ତିହୀନ ମନ୍ତବ୍ୟ କୌଣସି ନେତାଙ୍କ ବାବଦରେ ଦିଅନ୍ତି ନାହିଁ । ଏବେ ଆସିବା ଲଲନଟପର ଶୋରେ ରାଜଦୀପ ନବୀନ ବାବୁଙ୍କ ବାବଦରେ ଏଭଳି କଣ ରୋଚକ ତଥ୍ୟର ଖୁଲାସା କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ନେତା ନଗରୀ ଶୋରେ ଆଙ୍କର ରାଜଦୀପଙ୍କୁ ପଚାରିଛନ୍ତି ନବୀନଙ୍କ ରାଜନୈତିକ ଓ ପ୍ରଶାସନିକ ଦକ୍ଷତା ଉପରେ ତାଙ୍କର କଣ ବ୍ୟକ୍ତିଗତ ଅଭିଜ୍ଞତା ରହିଛି । ଜବାବରେ ରାଜଦୀପ ଯାହା କହିଛନ୍ତି ତାହା ଗତ ୨୦ବର୍ଷ ହେଲା ବହୁକଷ୍ଟ କରି ମହାନ ଓ ଅପରାଜେୟ ମୁଖ୍ୟମନ୍ତ୍ରୀତ୍ୱର ଯେଉଁ କମିଜ ଟେ ନବୀନ ତିଆରି କରି ପିନ୍ଧି ଆସୁଛନ୍ତି ସେ କପଡାଟିକୁ ପୁରା ଉତ୍ତାରି ଦେଇଛନ୍ତି ରାଜଦୀପ ।
ରାଜଦୀପ କହିଛନ୍ତି ଗତ ନିର୍ବାଚନ ସମୟରେ ସେ ରିପୋର୍ଟିଙ୍ଗ୍ ପାଇଁ ଓଡିଶା ଆସିଥିଲେ । ସେହି ଅବସରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କର କେତୋଟି କଥା ଓ କାମ ରାଜଦୀପଙ୍କୁ ହତଚକିତ କରିଥିଲା । ରାଜଦୀପ କହୁଛନ୍ତି ଯେ ନବୀନ ବାବୁଙ୍କର ଉତ୍ସୁକତା ରାଜ୍ୟର ରାଜନୀତି , ପ୍ରଶାସନ ବା ବିଭିନ୍ନ ଜନକଳ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ବିଲକୁଲ ନୁହଁ ତାଙ୍କର ଉତ୍ସୁକତା ହେଉଛି ନେଟଫ୍ଲିକ୍ସ ଡିଜିଟାଲ ପ୍ଲାଟଫର୍ମରେ କଣ ସୁପରହିଟ୍ ଫିଲ୍ମ ବା ମୁଭି ଲଞ୍ଚ ହୋଇଛି । ରାଜଦୀପ କହୁଛନ୍ତି ଯେ ସେ ନବୀନଙ୍କଠୁ ରାଜନୀତି ଓ ନିର୍ବାଚନ ଫଳାଫଳ କଣହେବ ଜାଣିବାକୁ ଚାହିଁଥିଲେ କିନ୍ତୁ ନବୀନଙ୍କର ଆଗ୍ରହ ସେଥିରେ ନଥିଲା । ସେ ପାଲଟା ରାଜଦୀପଙ୍କୁ କହିଥିଲେ ଯେ ଅମୁକ ମୁଭି ଟା ନିଶ୍ଚିନ୍ତ ଦେଖ ତାପରେ ରାଜଦୀପ ଯାହା କହିଛନ୍ତି ସେଥିରେ ନବୀନଙ୍କର ବାକି କପଡା ପୁରା ଉତାରି ଦେଇଛନ୍ତି । ରାଜଦୀପ କହିଛନ୍ତି ଯେ ନବୀନ ରାଜ୍ୟର କୌଣସି ବି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତିନି । ଜଣେ ନିସ୍ୱାର୍ଥପର ବ୍ୟକ୍ତି ଓ ଗରୀବ ଲୋକଙ୍କର ନେତା ବୋଲି ନବୀନ ଲୋକଙ୍କ ସମ୍ମାନାରେ ନିଜର ଏକ ଛବିଟିଏ ତିଆରି କରିଦେଇଛନ୍ତି । ଆଉ ସେ ଛବିଟିକୁ ଦୁଇ ଚାରି ଜଣ ଆଇଏସ ଅଫିସରଙ୍କ ସହାୟତାରେ ମାର୍କେଟିଙ୍ଗ୍ କରୁଛନ୍ତି ଓ ନିର୍ବାଚନ ଜିତୁଛନ୍ତି ।
ରାଜଦୀପ ଯେଉଁ ସାଂଘାତିକ ବୟାନଟିଏ ଦେଇଛନ୍ତି ତାହାହେଲା
‘ପ୍ରତ୍ୟକ ଦିନ ସଂନ୍ଧ୍ୟାବେଳେ ନବୀନ ବାବୁ ହାତରେ ହୁସକି ଗ୍ଲାସଟିଏ ଧରି ନେଟଫ୍ଲିକ୍ସରେ ମୁଭି ଦେଖି ମଜା ନିଅନ୍ତି । ରାତିପାହିଲେ ଦିନବେଳା ଦୁଇ ଚାରିଜଣ ଆଇଏସ ଅଫିସରଙ୍କୁ ଡାକି କିଛି କାମ ବାଣ୍ଟିଦିଅନ୍ତି । ସେହିମାନେ ଯଉ ଦୁଇ ତିନୋଟି ଓଡିଶାରେ ଜନହିତକାରୀ କାର୍ଯ୍ୟକ୍ରମ ଚଳାଇଛନ୍ତି ସେଥିରୁ ଓଡିଶା ଲୋକଙ୍କର ଧାରଣା ନବୀନ ହେଉଛନ୍ତି ଗରିବଙ୍କର ନେତା’ ।