ସତ ହେଲା ସତ୍ୟପାଠ : ଅଭିନେତ୍ରୀଙ୍କ ମଥାରେ ସିନ୍ଦୁର ଦେଲେ ରାଜନେତା ସାମ୍ନାକୁ ଆସିଲା ଝିଲିକ୍-ଡ୍ୟାନିଙ୍କ ବିବାହ ଫଟୋ ବଡ ଖବରମନୋରଞ୍ଜନମୁଖ୍ୟ ଖବର By satyapatha Last updated Mar 12, 2020 Share ସତ୍ୟପାଠ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କର ନିର୍ବନ୍ଧ ହୋଇଛି ବୋଲି ଜୋର୍ସୋର୍ରେ ଚର୍ଚ୍ଚା ହୋଇଥିଲା। ଏମିତିକି କିଛି ଫଟୋ ଓ ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତେବେ ଆଜି ସକାଳେ ଝିଲିକ୍ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି। ଏଥିରେ ଝିଲିକ୍ ବାହାଘର ସମୟର ଫଟୋ ସେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମେ ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରୁଛି । ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି। ଝିଲିକ୍ ଯେଉଁ ଫଟୋ ସେଆର୍ କରିଛନ୍ତି, ସେଥିରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୂର ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟଟିରେ ଝିଲିକ୍ଙ୍କ ସହିତ ପ୍ରୀତିରଞ୍ଜନ ଓ ପ୍ରଫୁଲ ଘଡ଼େଇ ରହିଛନ୍ତି। ସୂଚନାଯୋଗ୍ୟ, ପ୍ରୀତିରଞ୍ଜନ ଓ ଝିଲିକ୍ ବାହା ହେବେ ବୋଲି ପୂର୍ବରୁ ଆଭାସ ମିଳିଥିଲା। ଏହାକୁ ନେଇ ସତ୍ୟପାଠ ଖବର ପ୍ରସାରଣ କରିଥିଲା। ମିଳିଗଲା ଜୀବନସାଥୀ: ଖୁବଶୀଘ୍ର ଡ୍ୟାନିଙ୍କ ବାହାଘର ହେଲେ ଏହି ଖବରକୁ ଡ୍ୟାନି ଅସ୍ବୀକାର କରିବା ସହ ଏବେ ନେଇ ସେଭଳି କିଛି ଯୋଜନା ନାହିଁ ବୋଲି କହିଥିଲେ। ବାହାଘର ଖବରକୁ ଡ୍ୟାନିଙ୍କ ଅସ୍ବୀକାର ଏହା ପ୍ରୀତିରଞ୍ଜନଙ୍କ ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଛି। ପ୍ରୀତିରଞ୍ଜନ ପ୍ରଥମେ ବିଜେଡି ଟିକେଟ୍ରେ ୨୦୦୯ରେ କୋରେଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ସୁକିନ୍ଦାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପୁଣି ଥରେ ବିଜେଡି ଟିକେଟ୍ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଝିଲିକ୍ ଉଭୟ ଓଡ଼ିଆ ଓ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟାର୍ଗେଟ୍’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅମ୍ଳାନ ଦାସ। ସେ ପାଖାପାଖି ୧୫ଟି ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। Share
Comments are closed.