ଶାନ୍ତି ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀଙ୍କୁ ନୋବେଲ୍   

ଶାନ୍ତି ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀଙ୍କୁ ନୋବେଲ୍   ଶାନ୍ତି ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀଙ୍କୁ ନୋବେଲ୍   

ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ । ତାଙ୍କୁ ୨୦୧୯ ପାଇଁ ପ୍ରତିଷ୍ଠିତ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବ। ଶାନ୍ତି ପାଇଁ ପ୍ରୟାସ ଓ ପଡ଼ୋଶୀ ଦେଶ ଇରିଟ୍ରିୟା ସହିତ ସୀମା ବିବାଦର ସମାଧାନ ଦିଗରେ ନିର୍ଣ୍ଣାୟକ ଭୂମିକା ନେଇଥିବାରୁ ତାଙ୍କୁ ଇଥିଓପିଆର ନେଲସନ ମାଣ୍ଡେଲ ମଧ୍ୟ କୁହାଯାଏ।  ୪୩ ବର୍ଷୀୟ ଅବି ଅହମ୍ମଦ ୨୦୧୮ ଏପ୍ରିଲରେ ଇଥିଓପିଆର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ଇରିଟ୍ରିୟା ସହିତ ସେ ଶାନ୍ତି ସ୍ଥାପନ କରିବେ। ଏହା ପରେ ଇରିଟ୍ରିୟାର ରାଷ୍ଟ୍ରପତି ଇସୈୟସ ଅଫଓ୍ଵର୍କିଙ୍କ ସହିତ ମିଶି ତୁରନ୍ତ ଏହି ଦିଗରେ ପଦକ୍ଷେପ ନେଇଥିଲେ। ଗତ ବର୍ଷ ଇଥିଓପିଆ ଓ ଇରିଟ୍ରିୟା ସୀମା ବିବାଦର ସମାଧାନ ପାଇଁ ଶାନ୍ତି ରାଜିନାମା କରିଥିଲେ। ଦୁଇ ଦେଶ ମଧ୍ୟରେ ୨୦ ବର୍ଷ ଧରି ଚାଲି ଆସିଥିବା ସୈନ୍ୟ ଉତ୍ତେଜନା ସମସ୍ତ ହୋଇଥିଲା । ୧୯୯୮ରୁ ୨୦୦୦ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଅବି ଅହମ୍ମଦ ଅଲି ଶାନ୍ତି ପାଇଁ ନୋବେଲ ପାଇବାରେ ୧୦୦ତମ ବ୍ୟକ୍ତି ।

Related Posts