ପ୍ରତିବର୍ଷ ଜାନୁଆରୀ ୧୬ ତାରିଖକୁ ଜାତୀୟ ଷ୍ଟାର୍ଟ ଅପ ଡେ’ ଭାବରେ ପାଳନ କରାଯିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଘୋଷଣା କରିଛନ୍ତି। ତେବେ ପ୍ରତିବର୍ଷ ଜାନୁଆରୀ ୧୬ ତାରିଖକୁ ‘ଜାତୀୟ ଷ୍ଟାର୍ଟ ଅପ ଡେ’ ଭାବରେ ପାଳନ କରାଯିବ । ସେପଟେ ଷ୍ଟାର୍ଟଅପ୍ ବ୍ୟବସାୟୀଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପିଏମ ମୋଦୀ ଏହା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଅନ୍ୟପଟେ ଛାତ୍ରମାନଙ୍କ ମଧ୍ୟରେ ପିଲାଦିନୁ କିଛି ନୂତନ କରିବାର ଇଚ୍ଛାଶକ୍ତିକୁ ବଢ଼ାଇବା ପାଇଁ ଏହାର ପ୍ରୟାସ । ୯ ହଜାରରୁ ଅଧିକ ଅଟଳ ଟିକରିଙ୍ଗ ଲେବ୍‌, ଆଜି ପିଲାମାନଙ୍କୁ କିଛି ନୂଆ ଶିଖିବା ଏବଂ କରିବାରେ ବେଶ ସହାୟକ ହେଉଛି । ଏହା ସହ ଜାତୀୟ ଷ୍ଟାର୍ଟ ଅପ୍ ଦିବସର ଉତ୍ସବ ଘୋଷଣା କରି ମୋଦୀ କହିଛନ୍ତି ଯେ ଷ୍ଟାର୍ଟଅପ୍ ଜଗତରେ ଭାରତର ପତାକା ଉତ୍ତୋଳନ କରୁଥିବା ଦେଶର ସମସ୍ତ ଅଭିନବ ଯୁବକଙ୍କୁ ଅନେକ ଅନେକ ଅଭିନନ୍ଦନ।

ଏହି ଷ୍ଟାର୍ଟଅପ୍ ସଂସ୍କୃତି ବହୁ ଦୂର ପର୍ଯ୍ୟନ୍ତ ପହଞ୍ଚିବା ଉଚିତ । ତେଣୁ ପ୍ରତିବର୍ଷ ୧୬ ଜାନୁଆରୀକୁ ଜାତୀୟ ଷ୍ଟାର୍ଟଅପ୍ ଡେ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି ଯେ ଭାରତରେ ଚାଲିଥିବା ଏହି ଅଭିଯାନର ପ୍ରଭାବ ରହିଛି ଯେ ଗ୍ଲୋବାଲ ଇନଭେସନ ଇଣ୍ଡେକ୍ସରେ ଭାରତର ମାନ୍ୟତା ମଧ୍ୟ ବହୁତ ଉନ୍ନତ ହୋଇଛି। ୨୦୧୫ ମସିହାରେ ଭାରତ ଏହି ର଼୍ୟାଙ୍କିଙ୍ଗରେ ୮୧ ତମ ସ୍ଥାନରେ ରହିଥିଲା । ବର୍ତ୍ତମାନ ଇନଭେସନ ଇଣ୍ଡେକ୍ସରେ ଭାରତ ୪୬ ନମ୍ବରରେ ଅଛି । ଫଳରେ ଚଳିତ ବର୍ଷ ଆମ ଦେଶରେ ୪୨ ଟି ୟୁନିଅନ୍ ତିଆରି କରାଯାଇଥିଲା । ହଜାରେ କୋଟି ମୂଲ୍ୟର ଏହି କମ୍ପାନୀଗୁଡିକ ଏକ ଆତ୍ମବିଶ୍ୱାସୀ ଭାରତର ହଲମାର୍କ ଅଟେ ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Posts