ଭୁବନେଶ୍ୱର ପରେ କଟକରେ ବି କାମ କରୁନି ଇଭିଏମ୍‌ ମେସିନ୍‌: ମତଦାନ ବାଧାପ୍ରାପ୍ତ

ରାଜ୍ୟରେ ଆଜି ଚାଲିଛି ପୌର ନିର୍ବାଚନ ଲାଗି ମତଦାନ । ଏନେଇ ସକାଳ 8 ଟାରୁ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା । ତେବେ ମତଦାନ ଆରମ୍ଭ ପୂର୍ବରୁ ଅନେକ ସ୍ଥାନରେ ତୃଟି ଥିବା ନେଇ ଖବର ସାମ୍ନାକୁ ଆସିଛି । ଯାହାଫଳରେ ମତଦାନ ପକ୍ରିୟା ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର ପରେ କଟକରେ ବି ଇଭିଏମ୍‌ ମେସିନ୍‌ରେ ତ୍ରୁଟି । ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । କଟକ ସିଡିଏ ସ୍ଥିତ ଡିଏଭି ସ୍କୁଲର ଥିବା ୩୭ ଓ ୩୦ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଇଭିଏମ୍‌ରେ ତ୍ରୁଟି ଥିବାରୁ ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେହିପରି ଭୁବନେଶ୍ୱର କିଛି ବୁଥ୍‌ରେ ମଧ୍ୟ ଇଭିଏମ୍‌ ତ୍ରୁଟି ଦେଖାଦେଇଛି । ନୟାପ୍ଲଲୀର ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ପୌର ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୧୦୯ଟି ସହରାଞ୍ଚଳରେ ଥିବା ୪୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ସମେତ ମୋଟ୍‌ ୬୩୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବ ବେଳେ ୩ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ନିର୍ବାଚନ ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ପୌରାଂଚଳରେ ୩ ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ତେଣୁ ଏସବୁ ଆସନ ବ୍ୟତୀତ ବାକି ଆସନଗୁଡ଼ିକରେ ମତଦାନ ହେବ । ୧୦୬ଟି ପୌର ପରିଷଦ ଓ ଏନଏସିର ମୋଟ ୧୬୭୨ଟି ୱାର୍ଡରେ ୨୯୮୯ଟି ବୁଥ୍ ଓ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ୧୩୮୪ଟି ବୁଥରେ ମତଦାନ ହେବ । ପ୍ରାୟ ୧୦ବର୍ଷ ପରେ ଏସବୁ ପୌର ସଂସ୍ଥାରେ ଆସନ୍ତାକାଲି ମତଦାନ ହେବାକୁ ଯାଉଛି ।

ଅନ୍ୟପକ୍ଷରେ ରାଜ୍ୟ ପୁଲିସ ପକ୍ଷରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ଅବାଧ ନିର୍ବାଚନ ପାଇଁ ୧୦୫ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୧୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଛି। ଏହି ୩ ମହାନଗର ନିଗମର ମୋଟ ୧୬୮ଟି ୱାର୍ଡର ୧୪୦୭ଟି ବୁଥରେ ଭୋଟଗ୍ରହଣ ହେବ । ସେହିପରି ୧୦୬ଟି ପୌରାଂଚଳ ଓ ଏନଏଏସିରେ ୧୦୦ ପ୍ଲାଟୁନ୍ ଫୋର୍ସ ଓ ୩୪୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ୧୦୬ଟି ସହରାଂଚଳରେ ମୋଟ ୧୭୩୧ଟି ୱାର୍ଡରେ ୩୦୬୮ଟି ବୁଥ୍ ପ୍ରସ୍ତୁତ ହୋଇଛି । ତେବେ ଯେଉଁ ୬୪ଟି ୱାର୍ଡରେ ଭୋଟଗ୍ରହଣ ହେବନି ତାକୁ ମଧ୍ୟ ରାଜ୍ୟ ପୁଲିସ ନିଜ ତାଲିକାରେ ସାମିଲ କରି ସେଠାରେ ଭୋଟ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରେସ୍ ରିଲିଜ୍ ଜାରି କରିଛି।

Related Posts