ବିବାହ ସମାରୋହରେ ଲେମ୍ବୁ ଉପହାର: ବରକୁ ସାଙ୍ଗମାନେ ଲେମ୍ବୁ ଦେବାର ଭିଡିଓ ଭାଇରାଲ

ଅହମଦାବାଦ: ସୋସିଆଲ ମିଡ଼ିଆ ଯାହାର ଚାହିଦା ଆଜିକା ସମୟରେ ବେଶ ଅଧିକ | ଘଟଣା ହେଉ ଅବା ଦୁର୍ଘଟଣା, ଆଖି ପିଛୁଳାକେ ତାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥାଏ | ଯାହାକୁ ଦେଖନ୍ତି ସୋସିଆଲ ୟୁଜର୍ସ | କିଛି ନିଜକୁ ଭାଇରଲ କରିବା, ପ୍ରସିଦ୍ଧ ଲାଭ କରିବା ଉଦେଶ୍ୟରେ ନିଆରା ଭିଡିଓ କରି ଭାଇରଲ କରନ୍ତି | ତେବେ ଏହାରି ମଧ୍ୟରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି | ଯାହାକୁ ଦେଖି ଦର୍ଶକ ପସନ୍ଦ କରିବା ସହ ଭାଇରଲ କରିବାରେ ଲାଗିଛନ୍ତି |

ଅନେକ ସମୟରେ ବିବାହ ଉତ୍ସବ ବେଳେ, ସାଙ୍ଗମାନେ ବର ଓ କନିଆଁକୁ କିଛି ମଜାଦାର ଉପହାର ଦେବାର ଦେଖିଥିବେ, ତେବେ ଏହାରି ମଧ୍ୟରେ ଏବେ ଏହି ଉପହାର କୁ ନେଇ ଏକେ ଭିଡିଓ ସାମ୍ନାକୁ ଆସିଛି | ଏବେ ଦେଶରେ ଲେମ୍ବୁ ଦର ଆକାଶଛୁଆଁ ହୋଇଛି । ଲେମ୍ବୁର ମୂଲ୍ୟ ଏତେ ବଢ଼ିଯାଇଛି ଯେ, ସାଧାରଣ ଲୋକଙ୍କର ସ୍ୱାଦକୁ ଖଟା କରିଦେଇଛି । ଲେମ୍ବୁ ଦର ସମଗ୍ର ଦେଶରେ ବଢ଼ିଛି । କିଛି ସ୍ଥାନରେ କିଲୋ ୪୦୦ ଟଙ୍କାରେ ପହଞ୍ଚିଛି । ଆଉ କିଛି ସ୍ଥାନରେ ଲେମ୍ବୁ ପିଛା ୧୦ରୁ ୧୫ଟଙ୍କାରେ ବିକ୍ରି ହେଉଛି । ତେବେ ଚାହିଦା ଅଧିକ ଥିବାରୁ ଆଜିକାଲି ବିବାହ ସମାରୋହରେ ମଧ୍ୟ ଲେମ୍ବୁ ଉପହାର ଦିଆଯାଉଛି, ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଗୁଜରାଟର ରାଜକୋଟରେ ଧେରାଜୀ ସହରରେ ଏକ ବିବାହ ସମାରୋହରେ ଲୋକେ ବରକୁ ଲେମ୍ବୁ ଉପହାର ଦେଇଛନ୍ତି । ବର ଓ କନ୍ୟାଙ୍କୁ ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନରେ ଲେମ୍ବୁ ଉପହାର ଦିଆଯାଇଛି । ଦିନେଶ ନାଁରେ ଜଣେ ବ୍ୟକ୍ତି ଏହି ଲେମ୍ବୁ ଉପହାର ଦେଇଛନ୍ତି । ଦିନେଶଙ୍କ କହିବା ଅନୁସାରେ କେବଳ ଗୁଜରାଟରେ ନୁହେଁ ବରଂ ଦେଶରେ ଲେମ୍ବୁର ଅଭାବ ଦେଖାଯାଇଛି । ଗରମ ଦିନ କାରଣରୁ ଏବେ ଲେମ୍ବୁର ଚାହିଦା ଅଧିକ । ତେଣୁ ବହୁତ ଭାବିଚିନ୍ତି ମୁଁ ଲେମ୍ବୁ ଉପହାର ଦେବାକୁ ଭାବିଲି ।

ମୋନପାରା ପରିବାରର ପୁଅଙ୍କ ବିବାହ ସମାରୋହରେ ବନ୍ଧୁମାନେ ମିଠାଇ ଡବା ଭିତରେ ଟଙ୍କା ଓ ଗହଣା ବଦଳରେ ମହଙ୍ଗା ଲେମ୍ବୁ ଦେଇଛନ୍ତି । ଏହାର ଉଦେଶ୍ୟ ଥିଲା ଯେ, ଲେମ୍ବୁ ଦର ଅଧିକ ଥିବାରୁ ମହଙ୍ଗା ଉପହାରରେ ଗଣାଯାଉଛି ।

Related Posts