ଦୁର୍ନୀତି ଅଭିଯୋଗ, ଯନ୍ତ୍ରୀଙ୍କୁ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଲୋକେ

ପୋଲସରାରେ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଜନ ଅସନ୍ତୋଷ । ପୋଲସରା ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କଳମ୍ବ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଲୋକେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼ ମନମୁଖୀ କାମ କରୁଥିବା ଅଭିଯୋଗ ଥିବାବେଳେ ସେ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା କରି ସ୍ଥାନୀୟ ବିଧାୟକଙ୍କ ଅନୁସାରେ କାମ କରୁଥିବା ଅଭିଯୋଗ ହେଉଛି ।

ଏତିକି ନୁହେଁ ଫଲ୍‌ସ ବିଲ୍‌ ଘଟଣାକୁ ନେଇ କଳମ୍ବ ପଞ୍ଚାୟତ ଅପିସ୍‌ରେ ଯନ୍ତ୍ରୀଙ୍କୁ ଲୋକଙ୍କ ରାଗର ଶିକାର ହେବାକୁ ପଡ଼ିଥିଲା । ଲୋକେ ପଞ୍ଚାୟତ ଅଫିସ୍‌ରେ ଯନ୍ତ୍ରୀଙ୍କୁ ତାଲା ପକାଇ ଦେଇଥିଲେ । ଏଥିସହ ବିଡ଼ିଓ ଓ ଜିଲ୍ଲାପାଳ ଆସିଲେ ଛଡ଼ାଯିବ ବୋଲି କହିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲସରା ଥାନା ଅଧିକାରୀ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣାକୁ ନେଇ କଳମ୍ବ ପଞ୍ଚାୟତ ଅଫିସ୍‌ ପରିସରରେ ଦିନ ସାରା ଲାଗିରହିଥିଲା ଉତ୍ତେଜନା ।

ରିପୋର୍ଟ ନୃସିଂହନାଥ ସ୍ବାଇଁ

Related Posts