ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଶପଥ ନେଲେ ୩୦ ମନ୍ତ୍ରୀ, ଆରଜେଡିରୁ ସର୍ବାଧିକ ୧୬ ଜଣ ସାମିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରର ନୀତୀଶ କୁମାର ସରକାରଙ୍କ ମନ୍ତ୍ରୀମଣ୍ଡଳ ମଙ୍ଗଳବାର ସମ୍ପ୍ରସାରଣ ହୋଇଛି। ରାଜ ଭବନରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ରାଜ୍ୟାପଳ ଫାଗୁ ଚୌହାନ ୩୦ ଜଣ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ଏହି ସମାରୋହରେ ଆରଜେଡିର ସର୍ବାଧିକ ୧୬ ମନ୍ତ୍ରୀ, ଜେଡିୟୁର ୧୧, କଂଗ୍ରେସର ୨ ଏବଂ ଜଣେ ସ୍ବାଧୀନ ବିଧାୟକ ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି।ତେବେ ଏହି ମନ୍ତ୍ରୀମଣ୍ଡଳରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କ ବଡ଼ଭାଇ ତେଜ ପ୍ରତାପ ଯାଦବ ମଧ୍ୟ ଶପଥ ନେଇଛନ୍ତି।

ସୂଚନାଯୋଗ୍ୟ, ନୀତୀଶ କୁମାର ଭାଜପା ଛାଡିବା ପରେ ମହାମେଣ୍ଟ ସହ ମିଶି ରାଜ୍ୟରେ ପୁଣି ସରକାର ଗଠନ କରିଥିଲେ। ମହାମେଣ୍ଟରେ ମୋଟ ୭ଟି ଦଳ ସାମିଲ ଅଛନ୍ତି। ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

Related Posts