କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଶ୍ନୋଇ ଜେପି ନଡ୍ଡା ଓ ଅମିତ୍ ଶାହା ଙ୍କୁ ଭେଟିଲେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ରୁ ବହିଷ୍କୃତ ହରିୟଣା ର ବିଧାୟକ କୁଲଦୀପ ବିଶ୍ନୋଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ ଗତ ରାଜ୍ୟସଭା ନିର୍ବାଚନ ରେ କୁଲଦୀପ ଦଳୀୟ ହୁଇପ୍ ବିରୁଦ୍ଧ ରେ ଯାଇ କ୍ରସ୍ ଭୋଟିଂ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା ଓ ଏହାପରେ ଗତମାସ ରେ ତାଙ୍କୁ ଦଳର ସମସ୍ତ ପଦରୁ ବହିସ୍କାର କରାଯାଇଥିଲା। ଶ୍ରୀ ବିଶ୍ନୋଇ ହେଉଛନ୍ତି ହରିୟଣା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଙ୍କର ସାନ ପୁଅ। ଶ୍ରୀ ବିଶ୍ନୋଇ ଆଜି ଏହି ଦୁଇ ନେତା ଙ୍କୁ ଭେଟିବା ପାରେ ନିଜ ଟୁଇଟର ରେ ଲେଖିଛନ୍ତି ମୁଁ ଜେପି ନଡ୍ଡା ଓ ଅମିତ୍ ଶାହା ଙ୍କୁ ଭେଟି ଗର୍ବିତ ତାଙ୍କ ନେତୃତ୍ୱ ରେ ବିଜେପି ବହୁ ଆଗକୁ ଆସିଛି। ମୁଁ ସେମାନଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। ଶ୍ରୀ କୁଲଦୀପ ବିଶ୍ନୋଇ ବର୍ତ୍ତମାନ ଆଦମ୍ ପୁର ବିଧାନସଭା କ୍ଷେତ୍ର ରୁ ବିଧାୟକ ଅଛନ୍ତି। ଏହି ଭେଟ ଘାଟ ପାରେ ସେ ବିଜେପି ରେ ମିଶିବା ନେଇ ଚର୍ଚ୍ଚା ହେଉଛି।

Related Posts